ଓଡିଶା

odisha

ETV Bharat / international

Russia Sanctions: ବିଶ୍ବର ସବୁଠୁ ଅଧିକ ପ୍ରତିବନ୍ଧିତ ରାଷ୍ଟ୍ର ଋଷ - ଋଷିଆ ୟୁକ୍ରେନ ଯୁଦ୍ଧ

ପାଶ୍ଚତ୍ୟ ରାଷ୍ଟ୍ରଗୁଡିକର ମାଳ ମାଳ କଟକଣା ସହ ବିଶ୍ବର ସର୍ବାଧିକ ପ୍ରତିବନ୍ଧିତ ରାଷ୍ଟ୍ର(world's most-sanctioned nation) ହେଲା ଋଷିଆ । ପଛରେ ପଡିଲେ ଇରାନ ଏବଂ ଉତ୍ତର କୋରିଆ । ଅଧିକ ପଢନ୍ତୁ

Russia Sanctions: ବିଶ୍ବର ସବୁଠୁ ଅଧିକ ପ୍ରତିବନ୍ଧିତ ରାଷ୍ଟ୍ର ଋଷିଆ
Russia Sanctions: ବିଶ୍ବର ସବୁଠୁ ଅଧିକ ପ୍ରତିବନ୍ଧିତ ରାଷ୍ଟ୍ର ଋଷିଆ

By

Published : Mar 8, 2022, 2:00 PM IST

ମସ୍କୋ: ଟଳୁନି ୟୁକ୍ରେନ-ଋଷ ଯୁଦ୍ଧ । ଋଷିଆକୁ ସାମରିକ କାର୍ଯ୍ୟାନୁଷ୍ଠାନରୁ ବିରତ ରଖିବାକୁ ଆର୍ଥିକ ଚାପ ପକାଉଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ର । ବିଭିନ୍ନ ବିଦେଶୀ ରାଷ୍ଟ୍ରଗୁଡିକ ତାଙ୍କ ଦେଶରେ ଥିବା ଋଷିଆର ସମ୍ପତ୍ତି ଜବତ ପାଇଁ ଘୋଷଣା କରିଛନ୍ତି । ପୁମା, ମାଷ୍ଟରକାର୍ଡ, କ୍ରେଡିଟ କାର୍ଡ ପରି ବଡ ବଡ କମ୍ପାନୀ ଋଷରେ ବ୍ୟବସାୟ ବନ୍ଦ କରିଦେଇଛନ୍ତି । ଋଷିଆର ବ୍ୟାଙ୍କଗୁଡିକୁ ସ୍ବିପ୍ଟ (Swift) ପେମେଣ୍ଟ ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି । ଦେଶର ବିଭିନ୍ନ ଦ୍ରବ୍ୟସାମଗ୍ରୀ ଆମଦାନୀ ରପ୍ତାନୀ ଉପରେ ବି କଟକଣା ଲାଗିଛି ।

ଫଳସୂରପ, ଗତ ୧୦ ଦିନ ମଧ୍ୟରେ ବିଶ୍ବର ସର୍ବାଧିକ ପ୍ରତିବନ୍ଧିତ ରାଷ୍ଟ୍ର(world's most-sanctioned nation) ଇରାନ ଏବଂ ଉତ୍ତର କୋରିଆକୁ ପଛରେ ପକାଇଛି ଋଷିଆ । ଅର୍ଥାତ୍ ସର୍ବାଧିକ ଆର୍ଥିକ ପ୍ରତିବନ୍ଧକ ଲାଗିଥିବା ବିଶ୍ବର ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଋଷିଆ ଏବେ ଆଗରେ ରହିଛି । bloombergର Castellum.ai global sanctions-tracking database ରିପୋର୍ଟରେ ଏହା କୁହାଯାଇଛି ।

ରିପୋର୍ଟ ମୁତାବକ, ଆମେରିକା ଓ ୟୁରୋପୀୟ ସଂଘ ଋଷିଆ ଉପରେ ୨,୭୭୮ ନୂଆ ପ୍ରତିବନ୍ଧକ ଲଗାଇଛନ୍ତି । ଏହାକୁ ମିଶାଇ ଋଷ ବିରୁଦ୍ଧରେ ସମୁଦାୟ ୫,୫୩୦ ପ୍ରତିବନ୍ଧକ ଲାଗିସାରିଛି । କହିରଖୁଛୁ କି, ଫେବୃୟାରୀ ୨୨ ପୂର୍ବରୁ ଋଷିଆ ଉପରେ ୨,୭୫୪ଟି କଟକଣା ଲାଗିଥିଲା । ଏହାବାଦ୍ ୨୭୭୮ ନୂଆ ପ୍ରତିବନ୍ଧକ ଲାଗିଛି । ତେଣୁ ଏବେ ଋଷିଆ ବିଶ୍ବର ସବୁଠୁ ଅଧିକ ପ୍ରତିବନ୍ଧିତ ରାଷ୍ଟ୍ରରେ ପରିଣତ ହୋଇଛି ।

ଋଷିଆ ଉପରେ ସର୍ବାଧିକ ପ୍ରତିବନ୍ଧକ ସ୍ବିଜରଲ୍ୟାଣ୍ଡ ପକ୍ଷରୁ ଲାଗୁ ହୋଇଛି । ଏହାପରେ ୟୁରୋପୀୟ ସଂଘ ଓ ଫ୍ରାନ୍ସ ରହିଛି । ଆମେରିକା ଏବେ ସୁଦ୍ଧା ଋଷିଆ ଉପରେ ୨୪୩ଟି ଆର୍ଥିକ, ବ୍ୟବସାୟିକ ଓ ସାମରିକ କଟକଣା ଲଗାଇଛି । ଏସବୁ ଭିତରେ ନ୍ୟୁଜଲ୍ୟାଣ୍ଡ ସରକାର ଋଷ ବିରୋଧରେ ଗୋଟିଏ କଡା ଆଇନ ଆଣିବାକୁ ଯାଉଛନ୍ତି । ନୂଆ ଆଇନରେ ନ୍ୟୁଜଲ୍ୟାଣ୍ଡ ସରକାର ସମ୍ପତ୍ତି ଜବତ ଠାରୁ ବିମାନ ଉଡାଣ ଉପରେ ରୋକ ଲଗାଇବା ପାଇଁ ସ୍ବତନ୍ତ୍ର କ୍ଷମତା ପାଇବେ ।

ଗତ ଦଶନ୍ଧି ମଧ୍ୟରେ ଇରାନ ମୋଟ ୩,୬୧୬ଟି ପ୍ରତିବନ୍ଧକର ସାମ୍ନା କରୁଛି । ଆଣବିକ କାର୍ଯ୍ୟକ୍ରମ ଏବଂ ଆତଙ୍କବାଦୀଙ୍କ ସମର୍ଥନ ଦେବା ପାଇଁ ଇରାନ ଉପରେ କଟକଣା ଲଗାଇଛନ୍ତି ବିଭିନ୍ନ ରାଷ୍ଟ୍ର । ସେହିପରି ସିରିଆ ଏବଂ ଉତ୍ତର କୋରିଆ ବିରୋଧରେ ଯଥାକ୍ରମେ ୨,୬୦୮ ଏବ ୨,୦୭୭ଟି ପ୍ରତିବନ୍ଧକ ଲାଗିଛି ।

ABOUT THE AUTHOR

...view details