ଓଡିଶା

odisha

ETV Bharat / international

Russia Ukraine War: ଆଶ୍ରୟସ୍ଥଳ ଉପରେ ଋଷର ଆଟାକ - ୟୁକ୍ରେନ ଉପରେ ଋଷର ବୋମା ମାଡ

ୟୁକ୍ରେନର ସାଧାରଣ ନାଗରିକଙ୍କୁ ଆଶ୍ରୟ ଦେଉଥିବା ଏକ ଥିଏଟର ଉପରେ ଋଷ କରିଛି ଆକ୍ରମଣ । ଅଧିକ ପଢ଼ନ୍ତୁ

Russia attack on theater sheltering civilians
Russia attack on theater sheltering civilians

By

Published : Mar 17, 2022, 9:50 AM IST

କିଭ: ୟୁକ୍ରେନ ଉପରେ ଜାରି ରହିଛି ଋଷର ଆକ୍ରମଣ । ଆକାଶ ମାର୍ଗରୁ ଘନ ଘନ ଆକ୍ରମଣ କରୁଛି ଋଷ । ଋଷ ଆକ୍ରମଣରୁ ବର୍ତ୍ତି ପାରୁନାହାନ୍ତି ସାଧାରଣ ନାଗରିକ । ନିକଟରେ ୟୁକ୍ରେନର ସାଧାରଣ ନାଗରିକଙ୍କୁ ଆଶ୍ରୟ ଦେଉଥିବା ଏକ ଥିଏଟର ଉପରେ ଋଷ ଆକ୍ରମଣ କରିଛି । ସ୍ଥାନୀୟ ଅଧିକାରୀଙ୍କ କହିବା କଥା ଯେ, ଋଷର ସୈନ୍ୟବାହିନୀ ବୁଧବାର ବିଳମ୍ବିତ ରାତିରେ ମାରିଅପୋଲରେ ଥିବା ଏକ ଥିଏଟର ଉପରେ ବୋମା ମାଡ଼ କରିଥିଲେ । ଯେଉଁଠି ହଜାରରୁ 12ଶହ ସାଧାରଣ ନାଗରିକଙ୍କ ସମେତ ବୃଦ୍ଧ-ବୃଦ୍ଧା, ଶିଶୁ ରହିଥିଲେ ।

ଋଷର ଏହି ଆକ୍ରମଣକୁ ନେଇ ୟୁକ୍ରେନବାସୀ ଭୟଭୀତ । ତେବେ ଏ ସମ୍ପର୍କରେ ଡେପୁଟି ମେୟର ସରୋଜ ଅର୍ଲୋଭ କହିଛନ୍ତି, ଏହି ଆଟାକରେ ଆହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି ଯେ, ଯୁଦ୍ଧ ଆରମ୍ଭରୁ ନେଇ ଏଯାବତ ପ୍ରାୟ 300,000 ବାସିନ୍ଦା ଉକ୍ତ ସହର ଭିତରେ ଫସି ରହିଛନ୍ତି । ଯେଉଁଠାରେ ଜଳ, ବିଦ୍ୟୁତ୍ ଏବଂ ଗ୍ୟାସ୍ ଯୋଗାଣ ବନ୍ଦ ରହିଛି ।

ସେହିପରି ମାରିଅପୋଲର ନଗର ପରିଷଦ ଏକ ବିବୃତ୍ତିରେ କହିଛି ଯେ, ଥିଏଟରକୁ ଧ୍ବସଂବିଧ୍ବସଂ କରି ପକାଇଛନ୍ତି ଋଷ ସେନା । ଖାଲି ସେତିକି ନୁହେଁ ଶହଶହ ମାରିଅପୋଲ ବାସିନ୍ଦା ଲୁଚି ରହିଥିବା ଏକ କୋଠା ଉପରେ ବୋମା ମାଡ କରିଛି ଋଷ । ତେବେ ଏହି ଘଟଣାରେ କେତେ ଆହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲେବା ଉକ୍ତ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details