ଓଡିଶା

odisha

ETV Bharat / international

ବଢୁଛି ସଂକ୍ରମଣ ମାତ୍ରା, ରୋମରେ ଲାଗିପାରେ ଦ୍ବିତୀୟ ଲକଡାଉନ କଟକଣା - ରୋମରେ ପୁଣି ଲକଡାଉନ

ଇଟାଲୀର ରୋମ ସମେତ ଲାଜିଓ ପ୍ରାନ୍ତରେ କୋରୋନା ସଂକ୍ରମଣର ମାତ୍ରା ଅହେତୁକ ଭାବେ ବୃଦ୍ଧି ପାଉଥିବା ଦେଖାୟାଉଛି । ଯାହା ଏବେ ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

corona update in italy, corona update in rome, coronavirus news, reimposition of lockdown in rome, lockdown, ଇଟାଲୀରେ କୋରୋନା ଅପଡେଟ, ରୋମରେ କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ରୋମରେ ପୁଣି ଲକଡାଉନ, ଲକଡାଉନ
ବଢୁଛି ସଂକ୍ରମଣ ମାତ୍ରା, ରୋମରେ ଲାଗିପାରେ ଦ୍ବିତୀୟ ଲକଡାଉନ କଟକଣା

By

Published : Jul 24, 2020, 6:09 AM IST

ରୋମ: ଧିରେ ଧିରେ ରୋମ ସହରରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣର ମାତ୍ରା । ଏମିତିରେ ସହରରେ ପୁନର୍ବାର ଲକଡାଉନ କଟକଣା ଲାଗୁ କରିବା ପାଇଁ ଯୋଜନା ଆରମ୍ଭ ହୋଇଥିବା ଅଧିକାରୀ ସୂତ୍ରରୁ ଜଣା ପଡିଛି । ତେବେ ସହରରେ ଲାଗୁ ହେବାକୁ ଥିବା ଏହି ଦ୍ବିତୀୟ ଲକଡାଉନ ହେବ ।

ସୂଚନା ମୁତାବକ ଇଟାଲୀର ରୋମ ସମେତ ଲାଜିଓ ପ୍ରାନ୍ତରେ କୋରୋନା ସଂକ୍ରମଣର ମାତ୍ରା ଅହେତୁକ ଭାବେ ବୃଦ୍ଧି ପାଉଥିବା ଦେଖାଯାଉଛି । ଯାହା ଏବେ ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଗୋଟିଏ ପଟେ ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ପର୍ଯ୍ୟଟନ ଓ ଅନ୍ୟ ବ୍ୟବସାୟକୁ ସ୍ବାଭାବିକ କରିବା ପାଇଁ ଯୋଜନା ଚାଲିଥିବା ବେଳେ ହଠାତ୍‌ ସଂକ୍ରମଣରେ ବୃଦ୍ଧି ସମସ୍ତ ଯୋଜନାକୁ ପ୍ରଭାବିତ କରିଥିବା ଦେଖାଯାଇଛି ।

ତେବେ ସହରରେ ବଢୁଥିବା ସଂକ୍ରମଣକୁ ନଜରରେ ରଖି ଆବଶ୍ୟକସ୍ଥଳରେ ଦ୍ବିତୀୟ ଥର ପାଇଁ ଲକଡାଉନ କଟକଣା ଜାରି କରାଯିବା ନେଇ ଲାଜିଓ ଅଧିକାରୀ ବିଧିବଦ୍ଧ ଭାବେ ବୁଧବାର ଘୋଷଣା କରିଛନ୍ତି । ରବିବାର ସହରରେ 17ଟି ନୂଆ ମାମଲା ଚିହ୍ନଟ ହୋଇଥିଲା । ଯେଉଁଥିରୁ 10 ଜଣ ବାହାର ଦେଶରୁ ବା ରାଜ୍ୟରୁ ଫେରିଥିବା ଜଣା ପଡିଛି । ଏନେଇ ବୁଧବାର ଲାଜିଓର ସ୍ବାସ୍ଥ୍ୟ କମିଶନର ଆଲେସୋ ଡି’ଅମାଟୋ ଏକ ଫେସବୁକ ପୋଷ୍ଟରେ କହିଥିଲେ କି ସହରରେ ସମସ୍ତ ନାଗରିକଙ୍କୁ ମାସ୍କର ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ ହେବ । ନଚେତ୍‌ ପୁଣି ପୁରୁଣା କଟକଣା ବଳବତ୍ତର ହେବ । ତେଣୁ ଆଜି ଯାଏଁ ସ୍ଥିତି ସୁଧାରିବା ପାଇଁ ହୋଇଥିବା ପରିଶ୍ରମକୁ ବୃଥା ନକରି ଲୋକେ ସତର୍କ ହେବାର ଆବଶ୍ୟକତା ରହିଥିବା ସେ କହିଥିଲେ ।

ତେବେ ୟୁରୋପରେ କୋରୋନା ଦ୍ବାରା ସର୍ବାଧିକ ପ୍ରଭାବିତ ଦେଶ ମଧ୍ୟରେ ଇଟାଲୀ ସ୍ଥାନ ପାଇଥିବା ବେଳେ ଏଠାରେ ଆଜି ଯାଏଁ ମୋଟ 245,032 ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 30,082ରେ ପହଞ୍ଚିଥିବା ଜଣା ପଡିଛି ।

@IANS

ABOUT THE AUTHOR

...view details