ଲଣ୍ଡନ: କୋରୋନା ମହାମାରୀ ପାଇଁ ଦୀର୍ଘ 4 ମାସର ଆଇସୋଲେସନରୁ ବାହାରିଛନ୍ତି ବ୍ରିଟେନ ରାଣୀ । ବ୍ରିଟେନରେ କୋରୋନା ସଂକ୍ରମଣ ଉତ୍କଟ ସ୍ଥିତି ଧାରଣ କରିଥିବାରୁ ସୁରକ୍ଷା ଦୃଷ୍ଟିରୁ ସେ ନିଜକୁ ଆଇସୋଲେଟ କରି ରଖିଥିଲେ । ହେଲେ ଏବେ ସ୍ଥିତିରେ ସୁଧାର ଆସିବାରୁ ସ୍ବାମୀ ପ୍ରିନ୍ସ ଫିଲିପଙ୍କ ସହ ସେ ଛୁଟି ମନାଇବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏଥିପାଇଁ ସେ ସମ୍ପୂର୍ଣ୍ଣ ପରିବାରଠାରୁ ସାମାଜିକ ଦୂରତା ବଜାୟ ରଖିବା ସହ ବାଲମୋରାଲ ପ୍ୟାଲେସରେ ଛୁଟି ବିତାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
94 ବର୍ଷୀୟ ରାଣୀ ଏଲିଜାବେଥ 2 କୋରୋନା ସ୍ଥିତି ଆରମ୍ଭ ହେବା ଦିନଠାରୁ ୱିଣ୍ଡସୋର ପ୍ୟାଲେସରେ ରହି ଆସୁଥିଲେ । ଏହି ସମୟରେ କେବଳ ଅତି ନିକଟତର ବନ୍ଧୁ ଓ ପରିବାର ସଦସ୍ୟଙ୍କୁ ହିଁ ତାଙ୍କୁ ଭେଟିବା ପାଇଁ ଅନୁମତି ରହିଥିଲା । ତେବେ ବାଲମୋରାଲରେ ଛୁଟି ବିତାଇବା ସମୟରେ ସେ କୌଣସି ଅତିଥିଙ୍କୁ ପ୍ୟାଲେସରେ ପ୍ରବେଶ ଅନୁମତି ଦେବେ ନାହିଁ ସ୍ପଷ୍ଟ କରିଛନ୍ତି । ସେପଟେ ପର୍ଯ୍ୟଟକଙ୍କ ପାଇଁ କିନ୍ତୁ ପ୍ୟାଲେସ ଖୋଲା ରହିବ ବୋଲି ଜଣା ପଡିଛି ।