ଓଡିଶା

odisha

ETV Bharat / international

କୁଇନ ଏଲିଜାବେଥଙ୍କ ଜନ୍ମଦିନରେ ହେବ ନାହିଁ ଗନ ସାଲ୍ୟୁଟ - ବ୍ରିଟେନ ରାଣୀଙ୍କ ଜନ୍ମଦିନ

କୋରୋନା ପ୍ରକୋପ ଯୋଗୁଁ ପ୍ରତିବର୍ଷ ରାଣୀ ଏଲିଜାବେଥ ଟୁ ଙ୍କ ଜନ୍ମଦିନରେ ହେଉଥିବା ଗନ ସାଲ୍ୟୁଟକୁ ଚଳିତବର୍ଷ ବାତିଲ କରିଛନ୍ତି କୁଇନ ଏଲିଜାବେଥ ଟୁ ।

Queen Elizabeth II, britain queen's birthday, britain latest news, କୁଇନ ଏଲିଜାବେଥ ଟୁ, ବ୍ରିଟେନ ରାଣୀଙ୍କ ଜନ୍ମଦିନ, ବ୍ରିଟେନ ଲାଟେଷ୍ଟ ନ୍ୟୁଜ୍‌
କୁଇନ ଏଲିଜାବେଥଙ୍କ ଜନ୍ମଦିନରେ ହେବ ନାହିଁ ଗନ ସାଲ୍ୟୁଟ

By

Published : Apr 19, 2020, 6:46 AM IST

ଲଣ୍ଡନ: ଆସନ୍ତା ମଙ୍ଗଳବାର ଅର୍ଥାତ 21 ଏପ୍ରିଲରେ ପାଳନ ହେବ ବ୍ରିଟେନର ରାଣୀ ଏଲିଜାବେଥ ଟୁ ଙ୍କ ଜନ୍ମଦିନ । ଚଳିତବର୍ଷରେ 93 ବର୍ଷରେ ପଦାର୍ପଣ କରୁଥିବା ବେଳେ ବିଶ୍ବରେ କୋରୋନା ସ୍ଥିତିକୁ ନଜରରେ ରଖି ସେ ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବିଶ୍ବବାସୀ କିପରି ଶୀଘ୍ର ଏହି ମହାସଙ୍କଟରୁ ବାହାରିବେ ତାହାକୁ ଗୁରୁତ୍ବାରୋପ କରିଛନ୍ତି କୁଇନ ।

ତେବେ କୋରୋନା ପ୍ରକୋପ ଯୋଗୁଁ ପ୍ରତିବର୍ଷ ରାଣୀଙ୍କ ଜନ୍ମଦିନରେ ହେଉଥିବା ଗନ ସାଲ୍ୟୁଟକୁ ଚଳିତବର୍ଷ ବାତିଲ କରିଛନ୍ତି କୁଇନ ଏଲିଜାବେଥ ଟୁ । ଚଳିତବର୍ଷ ବିଶ୍ବକୁ ଗ୍ରାସିଥିବା ପ୍ରଳୟଙ୍କରୀ କୋରୋନା ସଂକ୍ରମଣ ପାଇଁ ସେ ନିଜ ଜନ୍ମଦିନ ପାଳନ କରିବେ ନାହିଁ । ବିଶ୍ବରେ କୋରୋନାଜନିତ ମୃତକଙ୍କ ଆତ୍ମାର ସଦଗତି ସହ ବର୍ତ୍ତମାନ କୋରୋନାରେ ଲଢୁଥିବା ପ୍ରତ୍ୟେକ ବ୍ୟକ୍ତି କିପରି ଶୀଘ୍ର ସୁସ୍ଥ ହେବେ ତାହା କାମନା କରିଛନ୍ତି କୁଇନ ଏଲିଜାବେଥ ଟୁ ।

ABOUT THE AUTHOR

...view details