ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଦେଶବାସୀଙ୍କୁ ସମ୍ବଧୋନ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏଥିସହ ଋଷ ସହ ସ୍ଥାୟୀ ବାଣିଜ୍ୟ ସମ୍ପର୍କ ସ୍ଥିତିକୁ ପ୍ରତ୍ୟାହାର କରିବ ବୋଲି ବାଇଡେନ କହିଛନ୍ତି । ଏହା ସହିତ ପୁଟିନ ଜଣେ ଆକ୍ରମଣକାରୀ ଏବଂ ତାଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ ବୋଲି ଜୋ ବାଇଡେନ କହିଛନ୍ତି ।
ସେହିପରି ଋଷକୁ କୌଣଷି ଆର୍ଥିକ ଓ ଆର୍ଥିକ କାରବାର ନ କରି ପାରିବ ଏଥିଲାଗି ଜି-୭ (G୭) ନେତା ମାନେ ରାଜି ହେବା ଦରକାର ବୋଲି ବାଇଡେନ କହିଛନ୍ତି । ଫଳରେ ଅର୍ଥ ପ୍ରଦାନ କରୁଥିବା ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ(IMF) ଓ ବିଶ୍ବ ବ୍ୟାଙ୍କ ଭଳି ଆର୍ଥିକ ସଂସ୍ଥା ଋଷକୁ କୌଣଷି ଆର୍ଥିକ ସହାୟତା ଦେଇ ପାରିବେ ନାହିଁ ।