ଲଣ୍ଡନ: ସାରା ବିଶ୍ବରେ ଘାରିଛି କୋରୋନା ଭୟ । ଧନୀଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତେ ଏହାର କବଳରେ ପଡିଛନ୍ତି । ଏହା ଏପରି ଭୟଙ୍କର ମହାମାରୀ ପାଲଟିଛି ଯେ ସମସ୍ତ ଦେଶରେ ଲକଡାଉନ ଘୋଷଣା ହୋଇଛି । ବିଶ୍ବର ଧନଶାଳୀ ଲଣ୍ଡନ ରାଜପରିବାର ମଧ୍ୟ ଏହାର ଜାଲରେ ଛନ୍ଦି ହୋଇଛନ୍ତି । ନିକଟରେ ପ୍ରିନ୍ସ ଚାର୍ଲସ କୋରୋନା ପଜିଟିଭ ଖବର ଆସିବା ପରେ ଏବେ ରାଜପରିବାରର ଆଉ ଏକ ସଦସ୍ୟ କୋରୋନା ଡରର ଶିକାର ହୋଇଛନ୍ତି ।
ବ୍ରିଟେନ ଯୁବରାଜ ପ୍ରିନ୍ସ ହ୍ୟାରୀ ନିଜ ପରିବାର ସହ କାନାଡାରୁ କାର୍ଲିଫର୍ଣ୍ଣିଆକୁ ପଳାଇଆସିଛନ୍ତି । କୋରୋନା ଡର ଯୋଗୁଁ ସେ ଏପରି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । କୋରୋନାର ଭୟାବହତା ଯୋଗୁଁ କାନାଡାରେ ରହିବା ସେ ଉଚିତ ମଣିନଥିଲେ । ଫଳରେ ପତ୍ନୀ ମେଘାନ ମର୍କଲେ ଓ ପୁତ୍ର ସହ ସେ ଆମେରିକାର କାର୍ଲିଫର୍ଣ୍ଣିଆକୁ ସ୍ଥାୟୀ ବସବାସ ପାଇଁ ପଳାଇଆସିଛନ୍ତି । ତେବେ ଏଥିପାଇଁ ତାଙ୍କୁ ଅନେକ କ୍ଷତି ସହିବାକୁ ପଡିଛି ।