ନୂଆଦିଲ୍ଲୀ: ଶେଷରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସହ କଥା ହେବା ପାଇଁ ନିଜର ପ୍ରତିନିଧି ମଣ୍ଡଳୀ ପଠାଇବା ପାଇଁ ପ୍ରସ୍ତୁତ ରହିଛନ୍ତି । ଋଷର ଉଚ୍ଚ ପଦସ୍ଥ ପ୍ରତିନିଧି ମଣ୍ଡଳୀ କିଭର ମିନସ୍କ ଠାରେ କିଭ-କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ ସହ କଥା ହେବେ । ଏନେଇ ଭାରତରେ ଅବସ୍ଥାପିତ ଋଷ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଅନ୍ୟପଟେ ଏହି ଆଲୋଚନରେ କ'ଣ ନିଷ୍କର୍ସ ବାହରିବା ତାହାକୁ ସମଗ୍ର ବିଶ୍ବ ଜାଣିବା ଅପେକ୍ଷାରେ ରହିଛି । ଏପଟେ ପ୍ରାୟ ଯୁଦ୍ଧର ୩୬ ଘଣ୍ଟା ପରେ ୟୁକ୍ରେନ ସହ ଋଷ ଆଲୋଚନା ପାଇଁ ରାଜି ହୋଇଛି । ତେବେ ଏହି ଆଲୋଚନ ପରେ ଯୁଦ୍ଧରେ ବିରାମ ଲାଗୁଛି କି ତାହା ପରବର୍ତ୍ତୀ ସମୟରେ ଜଣାପଡିବ ।
ଅପରପକ୍ଷେ ଏହି ଯୁଦ୍ଧରେ ଉଭୟ ପକ୍ଷର ଅନେକ ପ୍ରାଣହାନୀ ହୋଇଥବା ଜଣାପଡିଛି । ସେହିପରି ଋଷର ପ୍ରାୟ ୧ହଜାର ସୈନ୍ୟଙ୍କୁ ମାରିଥିବା ୟୁକ୍ରେନ ପ୍ରତିରକ୍ଷା ବିଭାଗ ପକ୍ଷରୁ ଦାବି କରାଯାଇଛି । ଏହା ସହ ୟୁକେ ସଶସ୍ତ୍ର ବାହିନୀର ମନ୍ତ୍ରୀ ଜେମ୍ସ ହେପେପି ସଂସଦରେ କହିଛନ୍ତି ଯେ, ୪ଶହ ୫୦ଜଣ ଋଷ ସୈନ୍ୟଙ୍କର ମୃତ୍ୟୁ ହୋଇଥିବା ବେଳେ ଅତିକମ୍ରେ ୟୁକ୍ରେନର ୧ଶହ ୯୪ଜଣଙ୍କର ମୃତ୍ୟୁ ହୋଇଛି ।