ନୂଆଦିଲ୍ଲୀ:ଜରୁରୀକାଳୀନ ପରିସ୍ଥିତ ପାଇଁ ପ୍ରସ୍ତୁତ ରହିବାକୁ ଋଷ ସେନା ମୁଖ୍ୟଙ୍କୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶ । ପୁଟିନ କହିଛନ୍ତି ଯେ, ୟୁକ୍ରେନ ସାଥୀରେ ଆମର ଯୁଦ୍ଧ ଚାଲିଥିବା ବେଳେ ପଶ୍ଚିମ ଦେଶ ବିରୋଧ କରୁଛନ୍ତି । ସେହିପରି ପଶ୍ଚିମ ଦେଶ ଗୁଡିକ ଆମ ସହ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର କରୁନଥିବା କଥା କହିଛନ୍ତି ପୁଟିନ ।
ଅନ୍ୟପଟେ ସତର୍କ ସହ ପ୍ରସ୍ତୁତ ରହିବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେନା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଯୁଦ୍ଧ ଚାଲିଥିବା ବେଳେ ବିଭିନ୍ନ ଦେଶ ୟୁକ୍ରେନକୁ ଆର୍ଥିକ ଓ ସାମରିକ ସହାୟତା ପ୍ରଦାନ କରୁଛନ୍ତି । ସେହିପରି ଋଷର ଆର୍ଥିକ କାରବାର ବିଭିନ୍ନ ରାଷ୍ଟ୍ର ପକ୍ଷରୁ ବନ୍ଦ କରାଯାଇଛି । ସେହିଭଳି ଆଜି ଗୁଗଲ ମଧ୍ୟ ଋଷର କୌଣସି ମିଡିଆ ସଂସ୍ଥାକୁ ବିଜ୍ଞାପନ ଦେବେ ନାହିଁ ବୋଲି ଆଜି ସଫା ସଫା ମନା କରି ଦେଇଛି ।