ଟିରାନା: ଶକ୍ତିଶାଳୀ ଭୂକମ୍ପରେ ଥରିଛି ଆଲବାନିଆ । ମଙ୍ଗଳବାର ଏହି ଭୟଙ୍କର ଭୂକମ୍ପ ପ୍ରଭାବରେ 14 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 600ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ଅନୁମାନ କରାଯାଇଛି । ଏବେ ସୁଦ୍ଧା ଅନେକ ଲୋକ ଭଙ୍ଗା କୋଠା ତଳେ ଫସି ରହିଥିବା ଜାଣାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଶକ୍ତିଶାଳୀ ଭୂକମ୍ପରେ ଥରିଲା ଆଲବାନିଆ: ୧୪ମୃତ, 600ରୁ ଉର୍ଦ୍ଧ୍ବ ଆହତ - ଶକ୍ତିଶାଳୀ ଭୂକମ୍ପରେ ଥରିଲା ଆଲବାନିଆ
ଶକ୍ତିଶାଳୀ ଭୂକମ୍ପରେ ଥରିଛି ଆଲବାନିଆ । ମଙ୍ଗଳବାର ଏହି ଭୟଙ୍କର ଭୂକମ୍ପ ପ୍ରଭାବରେ 14 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 600ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ଅନୁମାନ କରାଯାଇଛି । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ସୂଚନା ଅନୁସାରେ ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା 6.4 ଥିବା ଜଣାଯାଇଛି । ରାଜଧାନୀ ଟିରାନା ଠାରୁ ପାଖାପାଖି 34 କିଲୋମିଟର ଉତ୍ତରପୂର୍ବ ଆଡ୍ରିୟାଟିକ୍ ସମୁଦ୍ର କେନ୍ଦ୍ରସ୍ଥଳୀ ରହିଥିବା କୁହାଯାଉଛି ।
ମଙ୍ଗଳବାର 3.54ରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପରେ ଉପକୂଳବର୍ତ୍ତୀ ସହର ଡୋରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତାହତଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି ।