ଓଡିଶା

odisha

ETV Bharat / international

ଧମକ ପରେ ପୋଲାଣ୍ଡର ସର୍ବବୃହତ ବିମାନବନ୍ଦର ସ୍ଥାନାନ୍ତରିତ

ପୋଲାଣ୍ଡର ସବୁଠୁ ବଡ ବନ୍ଦରରେ ବୋମା ଧମକ ଯୋଗୁଁ ବିମାନବନ୍ଦରକୁ ସ୍ଥାନାନ୍ତରଣ କରାଯାଇଛି । ଅଧିକ ପଢନ୍ତୁ...

ବୋମା ଧମକକୁ ନେଇ ପୋଲାଣ୍ଡର ସର୍ବବୃହତ ବିମାନବନ୍ଦର ସ୍ଥାନାନ୍ତରିତ
ବୋମା ଧମକକୁ ନେଇ ପୋଲାଣ୍ଡର ସର୍ବବୃହତ ବିମାନବନ୍ଦର ସ୍ଥାନାନ୍ତରିତ

By

Published : Apr 5, 2021, 7:52 AM IST

ୱାର୍ସ:ପୋଲାଣ୍ଡର ସବୁଠାରୁ ବଡ ବିମାନବନ୍ଦର ୱାର୍ସ ଚପିନ ବିମାନବନ୍ଦର ବୋମା ବିପଦକୁ ନେଇ ସ୍ଥାନାନ୍ତରଣ କରାଯାଉଛି । ବିମାନ ବନ୍ଦରରୁ ଯାତ୍ରୀମାନଙ୍କୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି ବୋଲି ପୋଲାଣ୍ଡ ସୀମା ସୁରକ୍ଷା ବିଭାଗର ମୁଖପାତ୍ର କହିଛନ୍ତି ।

ତେବେ ଏହି ବିମାନ ବନ୍ଦରରେ ଏକ ବିସ୍ଫୋରକ ରହିଥିବା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଖବର ମିଳିଥିଲା । ଏହାପରେ ବୋମା ନିଷ୍କ୍ରିୟ ଦଳ ବିମାନ ବନ୍ଦରରେ ପହଞ୍ଚି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିବା ବିମାନ ବନ୍ଦରର ଜଣେ ଅଧିକାରୀ ଡାଗମାରା ବିଲେକ ଜନାସ କହିଛନ୍ତି । ପିଓଟର ରୁଦ୍ରଜକିଙ୍କ ଅନୁଯାୟୀ, ତୁର୍କୀ ଏୟାରଲାଇନ୍ସର ଏକ ବିମାନରେ ବୋମା ରହିଥିବା ସମ୍ପର୍କରେ ଖବର ମିଳିଥିଲା, ଯାହାକି ଇସ୍ତାନବୁଲରୁ ଆସି ୱାର୍ସରେ ପହଞ୍ଚିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details