ଓଡିଶା

odisha

By

Published : Mar 17, 2022, 5:10 PM IST

ETV Bharat / international

Miss World 2021: ବିଶ୍ୱ ସୁନ୍ଦରୀ ତାଜ ପିନ୍ଧିଲେ ପୋଲାଣ୍ଡର କରୋଲିନା

ଆନ୍ତର୍ଜାତିକ ସୁନ୍ଦରୀ ପ୍ରତିଯୋଗିତା ମିସ୍‌ ୱାଲ୍‌ର୍ଡ ୨୦୨୧ ପୋଲାଣ୍ଡ୍‌ର କେରୋଲିନା ବାଏଲସ୍କା ବିଜୟୀ ହୋଇଥିବା ବେଳେ ଆମେରିକାର ପ୍ରତିନିଧିତ୍ବ କରିଥିବା ଭାରତୀୟ-ଆମେରିକୀୟ ଶ୍ରୀସାଇନି ପ୍ରଥମ ରନର୍ ଅପ୍ ଏବଂ କୋଟ୍‌ ଡିଲ୍‌ଭାୟର୍‌ର ଅଲିଭିଆ ୟେସ୍‌ ଦ୍ବିତୀୟ ରନର୍ସ ଅପ୍‌ ହୋଇଛନ୍ତି।

ବିଶ୍ୱ ସୁନ୍ଦରୀ ତାଜ ପିନ୍ଧିଲେ ପୋଲାଣ୍ଡର କରୋଲିନା ବାଏଲସ୍କା
ବିଶ୍ୱ ସୁନ୍ଦରୀ ତାଜ ପିନ୍ଧିଲେ ପୋଲାଣ୍ଡର କରୋଲିନା ବାଏଲସ୍କା

ସାଏନ୍‌ ୱାନ୍‌: ୭୦ତମ ବିଶ୍ୱ ସୁନ୍ଦରୀ ହୋଇଛନ୍ତି କରୋଲିନା ବାଏଲସ୍କା । ସମସ୍ତଙ୍କୁ ପଛରେ ପକାଇ ପୋଲାଣ୍ଡ୍‌ର କେରୋଲିନା ବାଏଲସ୍କା ‘ମିସ୍ ୱାଲ୍‌ର୍ଡ ୨୦୨୧’ ର ବିଜୟୀ ହୋଇଛନ୍ତି । ମିସ୍ ୱାର୍ଲ୍ଡ 2021 ପୁଏର୍ତୋ ରିକୋରେ ଆୟୋଜିତ ହୋଇଥିଲା । କୋକା-କୋଲା ମ୍ୟୁଜିକ୍ ହଲ୍‌ରେ ଜାମାଇକାର ମିସ୍ ୱାର୍ଲଡ୍ ୨୦୧୯ ଟୋନି-ଆନ୍ ସିଂହ ନୂତନ ମିସ୍ ୱାର୍ଲଡ୍‌ଙ୍କୁ ମୁକୁଟ ପିନ୍ଧାଇ ଥିଲେ। ଏହି ପ୍ରତିଯୋଗିତାର ବିଜେତା କରୋଲିନା ବାଏଲସ୍କା ହୋଇଥିବାବେଳେ ପ୍ରଥମ ରନର୍ ଅପ୍ ଆମେରିକାର ଶ୍ରୀସାଇନି ଏବଂ ଦ୍ୱିତୀୟ ରନରଅପ୍‌ ଅଲିଭିଆ ୟେସ୍ ହୋଇଥିଲେ । ସାଇନି ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକ।

ଭାରତ ତରଫରୁ ଏଥିରେ ଅଂଶ ଗ୍ରହଣ କରିଥିଲେ ‘ଫେମିନା ମିସ୍‌ ଇଣ୍ଡିଆ ୱାଲ୍‌ର୍ଡ ୨୦୨୦’ ମାନସା ବାରାଣସୀ। ଶ୍ରେଷ୍ଠ ୧୩ ଅଂଶ ଗ୍ରହଣକାରୀଙ୍କ ମଧ୍ୟରେ ରହିଥିଲେ ବି ମାନସା ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥିବା ୬ଜଣ ଶ୍ରେଷ୍ଠ ଅଂଶ ଗ୍ରହଣକାରୀଙ୍କ ମଧ୍ୟରେ ରହି ପାରି ନ ଥିଲେ। ମିସ୍ ୱାଲର୍ଡ ଅର୍ଗାନାଇଜେସନ୍ ନିକଟରେ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, କରୋଲିନା ସାମାଜିକ କାର୍ଯ୍ୟ ପାଇଁ କାମ କରନ୍ତି । ତାଙ୍କ ପ୍ରକଳ୍ପର ନାମ ହେଉଛି ଜୁପା ନା ପିଟ୍ରିନି, ଯାହା ମାଧ୍ୟମରେ ସେ ଭୂମିହୀନ ଲୋକଙ୍କୁ ସାହାଯ୍ୟ କରନ୍ତି ଏବଂ ଲୋକଙ୍କୁ ଏହି ବିଷୟରେ ଅବଗତ ମଧ୍ୟ କରାନ୍ତି । ସେ ସମାଜରେ ବ୍ୟାପିଥିବା ଅସାମାଜିକ କାର୍ଯ୍ୟ ବିରୁଦ୍ଧରେ ଲଢନ୍ତି । ତାଙ୍କ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ପୋଲାଣ୍ଡର ଲୋଜ୍ ସହରର ଅଭାବୀ ଲୋକଙ୍କୁ ଖାଦ୍ୟ, ପୋଷାକ ଏବଂ ଅତ୍ୟାବଶ୍ୟକ ସେବା ଯୋଗାଇବା।

ମିସ୍ ୱାର୍ଲ୍ଡ ଅର୍ଗାନାଇଜେସନ୍ ଅନୁଯାୟୀ, କାରୋଲିନା ବର୍ତ୍ତମାନ ମାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ପଢୁଛନ୍ତି ଏବଂ ସେ ଆଗକୁ ପିଏଚଡି କରିବାକୁ ଚାହୁଁଛନ୍ତି । କରୋଲିନା ଏକ ମଡେଲ ଭାବରେ ମଧ୍ୟ କାମ କରନ୍ତି । ଏହାସହ ତାଙ୍କୁ ଟେନିସ୍ ଏବଂ ବ୍ୟାଡମିଣ୍ଟନ୍ ଖେଳିବା ଖୁବ ପସନ୍ଦ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଶେଷ ଥର ପାଇଁ ୨୦୧୭ରେ ଭାରତର ପକ୍ଷରୁ ମଡେଲ୍ ତଥା ଅଭିନେତ୍ରୀ ମାନୁଷୀ ଚିଲ୍ଲର ମିସ୍ ୱାଲ୍‌ର୍ଡ ବିଜୟିନୀ ହୋଇଥିଲେ।

ABOUT THE AUTHOR

...view details