ଲଣ୍ଡନ: କୋରୋନାର ତାଣ୍ଡବ ପରେ ଏବେ ଅଣ୍ଟା ସଳଖିବାକୁ ଯାଇ ଲକଡାଉନ କଟକଣା କୋହଳ କରିଛି ଇଂଲଣ୍ଡ । ଏଥିସହ କୋହଳ ହୋଇଛି ସାମାଜିକ ଦୂରତା ପରି ଅନେକ ନିୟମ । ଯାହାକୁ ନେଇ ସାଧାରଣରେ ତୀବ୍ର ନିନ୍ଦା ପ୍ରକାଶ ପାଇଛି । ଲୋକେ ନିଜ ସୁରକ୍ଷାକୁ ନେଇ ଚିନ୍ତାରେ ଥିବା ବେଳେ କୋରୋନାର ପ୍ରଭାବ ଶେଷ ନହେବା ପୂର୍ବରୁ ହଠାତ୍ ସମସ୍ତ କଟକଣା କୋହଳକୁ ହଜମ କରିପାରୁନାହାନ୍ତି ଲୋକେ । ଯାହାକୁ ହୃଦବୋଧ କରିପାରିଛନ୍ତି ୟୁକେ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ।
ରବିବାର ଗଣମାଧ୍ୟମକୁ ସୂଚନା ଦେଇ ବୋରିଶ କହିଛନ୍ତି କି ଦେଶରେ ଲକଡାଉନ କୋହଳକୁ ନେଇ ଲୋକଙ୍କ ମଧ୍ୟରେ ପ୍ରକାଶ ପାଇଥିବା ନିରାଶାକୁ ସେ ବୁଝିପାରିଛନ୍ତି । ଆଗରୁ କେବେ ହୋଇନଥିବା କହି କିଛି ଭିନ୍ନ କରିବାକୁ ଚାହିଁଥିଲେ ବୋରିଶ । ହେଲେ ଏହି ନୂଆ ନିୟମ ଲୋକଙ୍କୁ ପସନ୍ଦ ଆସିନଥିବା ସ୍ପଷ୍ଟ ଦେଖାଯାଇଥିଲା । ତେଣେ ଦେଶର ବିଭିନ୍ନ ପ୍ରାନ୍ତରୁ ଅଭିଯୋଗ ଆସିଛି କି ଲକଡାଉନ କଟକଣା କୋହଳ କରିବା ଆଗରୁ ସମସ୍ତଙ୍କ ସୁରକ୍ଷା କଥା ଚିନ୍ତା କରିବାର ଥିଲା ।