ଲଣ୍ଡନ: ଲଣ୍ଡନରେ ଏକ ଗୁରୁଦ୍ବାରାରେ ହଙ୍ଗାମା କରି ଗିରଫ ହୋଇଛି ଜଣେ ପାକିସ୍ତାନୀ । ସୋମବାର ସକାଳେ ଏହି ଘଟଣା ଘଟିଛି । ତେବେ ଏହା ପଛରେ କୌଣସି ନିର୍ଦ୍ଦିଷ୍ଟ ସଙ୍ଗଠନର ହାତ ନଥିବା ପୋଲିସ ସ୍ପଷ୍ଟ କରିଛି ।
ସୂଚନାନୁସାରେ ସୋମବାର ସକାଳେ ଡର୍ବିର ଥିବା ଗୁରୁ ଅର୍ଜାନ ଦେବ ଗୁରୁଦ୍ବାରାରେ ଏହି ଘଟଣା ଘଟିଥିଲା । ଲକଡାଉନ ଯୋଗୁଁ ଗୁରୁଦ୍ବାରା ଫାଙ୍କା ଥିବାବେଳେ ଜଣେ ବ୍ୟକ୍ତି ଏଠାରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ । ବିଭିନ୍ନ ସାମଗ୍ରୀ ଭାଙ୍ଗିବା ସହ କାଚ କବାଟ ଓ ସାଜସଜ୍ଜା ଭାଙ୍ଗିଥିଲେ ।