ଜେନେଭା: ସାରା ବିଶ୍ବରେ ମହାମାରୀ କୋରୋନାର ପ୍ରକୋପ ଜାରି ରହିଛି । ଏପରି ସ୍ଥଳେ ମିଳିତ ଜାତିସଂଘର ବାଣିଜ୍ୟ ଏବଂ ବିକାଶ ସମ୍ମିଳନୀ (UNCTAD) ଏକ ଭୟଙ୍କର ରିପୋର୍ଟ ପ୍ରଦାନ କରିଛି । କୋରୋନା ମହାମାରୀ ଦ୍ବାରା ଆର୍ଥିକ ଦୃଷ୍ଟିରୁ ପାକିସ୍ତାନ ଅଧିକ ପ୍ରଭାବିତ ହୋଇପାରେ । 'ଏକ୍ସପ୍ରେସ ଟ୍ରିବ୍ୟୁନ'ର ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ମିଳିତ ଜାତିସଂଘ ଏକ ରିପୋର୍ଟରେ କହିଛି ଯେ କରୋନା ଦ୍ବାରା ସୃଷ୍ଟି ହୋଇଥିବା ବିନାଶର ମୁକାବିଲା ପାଇଁ ବିଶ୍ବର 170 ବିକାଶଶୀଳ ଦେଶକୁ ମୋଟ 2.5 ଟ୍ରିଲିୟନ ଡଲାର ସହାୟତା ଆବଶ୍ୟକ ହେବ।
ଏହି ରିପୋର୍ଟରେ ବିକାଶଶୀଳ ଦେଶଗୁଡିକ ପାଇଁ କୋଭିଡ୍ -19 ଶୀର୍ଷକ ରିପୋର୍ଟରେ ଦର୍ଶାଯାଇଛି । ରପ୍ତାନି ହ୍ରାସ, ମୁଦ୍ରାର ମୂଲ୍ୟ ହ୍ରାସ, ଦ୍ରବ୍ୟ ମୂଲ୍ୟ ହ୍ରାସ, ପୁଞ୍ଜି ବାହ୍ୟ ପ୍ରବାହ ଭଳି ବିଭିନ୍ନ କାରଣରୁ ଏହି ବିକାଶଶୀଳ ଦେଶର ଅବସ୍ଥା 2008 ମାନ୍ଦାବସ୍ଥା ଠାରୁ ଆହୁରି ଭୟଙ୍କର ହୋଇପାରେ ।
ଏହି ରିପୋର୍ଟ ପ୍ରସ୍ତୁତ କରିଥିବା UNCTAD ର ଗ୍ଲୋବାଲାଇଜେସନ୍ ଆଣ୍ଡ ଡେଭଲପମେଣ୍ଟ ଷ୍ଟ୍ରାଟେଜୀର ନିର୍ଦ୍ଦେଶକ ରିଚାର୍ଡ କୋଜୁଲ-ରାଇଟ୍ କହିଛନ୍ତି ଯେ ମହାମାରୀ ଦ୍ବାରା ଅଧିକ ପ୍ରଭାବିତ ଦେଶ ସବ-ସାହାରା ଆଫ୍ରିକାର ଦେଶ, ଆର୍ଜେଣ୍ଟିନା ଏବଂ ପାକିସ୍ଥାନ ମଧ୍ୟ ହୋଇପାରନ୍ତି।