ଓଡିଶା

odisha

ETV Bharat / international

3 ମାସ ମଧ୍ୟରେ ବ୍ରିଟେନକୁ ଆସିପାରେ ଅକ୍ସଫୋର୍ଡ କୋରୋନା ଟିକା

ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ବିକଶିତ କୋରୋନା ଟିକା ବ୍ରିଟେନରେ ତିନିମାସ ମଧ୍ୟରେ ଆସିବ ବୋଲି ନ୍ୟୁଜ୍ ଏଜେନ୍ସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

By

Published : Oct 4, 2020, 3:35 PM IST

3 ମାସ ମଧ୍ୟରେ ବ୍ରିଟେନକୁ ଆସିପାରେ ଅକ୍ସଫୋର୍ଡ କୋରୋନା ଟିକା
3 ମାସ ମଧ୍ୟରେ ବ୍ରିଟେନକୁ ଆସିପାରେ ଅକ୍ସଫୋର୍ଡ କୋରୋନା ଟିକା

ଲଣ୍ଡନ: ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ବିକଶିତ କୋରୋନା ଟିକା ବ୍ରିଟେନରେ ତିନିମାସ ମଧ୍ୟରେ ଆସିବ ବୋଲି ନ୍ୟୁଜ୍ ଏଜେନ୍ସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆସନ୍ତା ବର୍ଷ ଆରମ୍ଭ ପୂର୍ବରୁ ନିୟାମକଙ୍କ ଦ୍ବାରା ଅନୁମୋଦନ ପାଇବାକୁ ଆଶା କରି କିଛି ସ୍ୱାସ୍ଥ୍ୟ ଅଧିକାରୀ ଆକଳନ କରିଛନ୍ତି ଯେ ପ୍ରତ୍ୟେକ ବୟସର ବ୍ୟକ୍ତି 6 ମାସ ମଧ୍ୟରେ ଟିକାର ଏକ ଡୋଜ ପାଇପାରିବେ ।

ୟୁରୋପୀୟାନ ମେଡିସିନ୍ ଏଜେନ୍ସି (ଇଏମଏ) ଗୁରୁବାର କହିଥିଲେ ଯେ, ଆମେ ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ୟୁନିଭରସିଟିର କୋରୋନା ଟିକା ଉପରେ ସମୀକ୍ଷା ଆରମ୍ଭ କରିଛୁ । ରିପୋର୍ଟ ଅନୁଯାୟୀ, ଏଜେନ୍ସି ବ୍ରିଟିଶ ଟିକାକୁ ନେଇ ଆଶାବ୍ୟକ୍ତ କରିଛି । ଯାହା କୋରୋନା ବିରୋଧରେ ଏକ ସଫଳ ଟିକା ରୂପେ ଅଗ୍ରଣୀ ହେବ ।

ଏହି ଟିକା ଅକ୍ସଫୋର୍ଡ ୟୁନିଭରସିଟି ଏବଂ ବ୍ରିଟିଶ-ସ୍ୱିଡେନ ଫାର୍ମାସ୍ୟୁଟିକାଲ୍ ଫାର୍ମ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏଥିସହ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଷ୍ଟ୍ରାଜେନେକା ସହିତ ଟାଏଅପ୍ କରି ଭାରତରେ ଟିକା ପ୍ରସ୍ତୁତ କରିଛି। ଏହି 1,600 ପାର୍ଥୀଙ୍କ ଉପରେ ପରୀକ୍ଷା କରାଯିବ।

ABOUT THE AUTHOR

...view details