ଲଣ୍ଡନ:ଦୀର୍ଘ 10ମାସ ହେବ ବିଶ୍ବରେ କୋରୋନା ଆତଙ୍କ ଖେଳାଇ ଚାଲିଛି । ବର୍ତ୍ତମାନ କୋରୋନା ଆତଙ୍କ ସାମାନ୍ୟ କମିବାରେ ଲାଗିଛି । କୋରୋନାକୁ ମୂଳପୋଛ କରିବାରୁ ବିଭିନ୍ନ ଦେଶ ପ୍ରୟାସ ଆରମ୍ଭ କରିଛି । ନୂତନ ବର୍ଷ ଆରମ୍ଭରେ ବ୍ରିଟେନରେ ଛଅ ଲକ୍ଷରୁ ଅଧିକ ଲୋକଙ୍କୁ କୋରୋନା ଟିକା ଦିଆଯିବ ବୋଲି ବ୍ରିଟିଶ ସରକାରଙ୍କ ଏକ ବିବୃତ୍ତିରେ ପ୍ରକାଶିତ ହୋଇଛି ।
ବ୍ରିଟେନରେ କୋରୋନା ଟିକାର ପ୍ରଥମ ଡୋଜକୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ଛଅ ଲକ୍ଷ ଲୋକଙ୍କୁ ଦିଆଯିବାର ଲକ୍ଷ୍ୟ ରଖାଯାଇଛି । କୋରୋନା ଟିକାକରଣର ଏକ ପ୍ରଭାବଶାଳୀ ପଦକ୍ଷେପ ଭାବରେ ଗ୍ରହଣ କରାଯାଇଛି । ବ୍ରିଟେନରେ କୋରୋନା ପାଇଁ ଫାଇଜର ବାୟୋଟେକରେ ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇଛି ।