ନୂଆଦିଲ୍ଲୀ: ବିଶ୍ବରେ ଓମିକ୍ରନ ମାମଲା ବଢୁଥିବା ବେଳେ ଚିନ୍ତାଜନକ କଥା କହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ( WHO) । ଟିକାର ପ୍ରଭାବକୁ ହ୍ରାସ କରୁଛି କୋରୋନାର ନୂଆ ପ୍ରଜାତି ଓମିକ୍ରନ (Omicron Reduces Vaccine Efficacy) । ଡେଲଟା ଭାରିଆଣ୍ଟ ଠାରୁ ମଧ୍ୟ କ୍ଷୀପ୍ର ଗତିରେ ସଂକ୍ରମଣ କରୁଛି ଏହି ନୂଆ ଭାରିଆଣ୍ଟ । ବିଶ୍ବରେ ଓମିକ୍ରନ କାୟା ମେଲୁଥିବା ବେଳେ ଅନୁଧ୍ୟାନ କରି ଏପରି କହିଛି WHO ।
Omicron Scare: ଟିକାର ପ୍ରଭାବ ହ୍ରାସ କରୁଛି ଓମିକ୍ରନ - ଟିକା ପ୍ରଭାବ ହ୍ରାସ କରୁଛି ଓମିକ୍ରନ
ଟିକାର ପ୍ରଭାବକୁ ହ୍ରାସ କରୁଛି କୋରୋନାର ନୂଆ ପ୍ରଜାତି ଓମିକ୍ରନ । ଡେଲଟା ଭାରିଆଣ୍ଟ ଠାରୁ ମଧ୍ୟ କ୍ଷୀପ୍ର ଗତିରେ ସଂକ୍ରମଣ କରୁଛି (Omicron spreads faster)ଏହି ନୂଆ ଭାରିଆଣ୍ଟ । ବିଶ୍ବରେ ଓମିକ୍ରନ କାୟା ମେଲୁଥିବା ବେଳେ ଅନୁଧ୍ୟାନ କରି ଏପରି କହିଛି WHO । ଅଧିକ ପଢନ୍ତୁ
ପ୍ରଥମକରି ଡେଲଟା ଭାରିଆଣ୍ଟ ଭାରତରେ ଦେଖିବାକୁ ମିଳିଥିଲା । ଯାହା ପରେ ବିଶ୍ବକୁ ବ୍ୟାପିଥିଲା । ସଂକ୍ରମଣ ବ୍ୟାପିବାର ପ୍ରମୁଖ କାରଣ ପାଲଟିଥିଲା ଡେଲଟା ଭାରିଆଣ୍ଟ । ଏହାକୁ ନେଇ ବିଶ୍ବ ଚିନ୍ତିତ ଥିବାବେଳେ ଦକ୍ଷିଣ ଆଫ୍ରିକାରେ କୋରୋନାର ନୂଆ ପ୍ରଜାତି ଓମିକ୍ରନ ଚିହ୍ନଟ ହୋଇଛି । ଓମିକ୍ରନ ସଂକ୍ରମଣ ରୋକିବାକୁ ଅନେକ ଦେଶ କଟକଣା ଲାଗୁ କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା 63ଟି ଦେଶରେ ଓମିକ୍ରନ ଚିହ୍ନଟ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକାରେ ଏହା ଦ୍ରୁତ ଗତିରେ ସଂକ୍ରମଣ କରୁଛି ବୋଲି କହିଛି WHO । ଏପରିକି ସଂକ୍ରମଣ ନେଇ ଟିକାର ଯେଉଁ ପ୍ରଭାବ ଥିଲା, ତାହା ଓମିକ୍ରନ ଯୋଗୁଁ ହ୍ରାସ ପାଉଛି । ଯଦି ଗୋଷ୍ଠୀ ସଂକ୍ରମଣ ହୁଏ ଏହା ଡେଲଟା ଭୂତାଣୁ ଠାରୁ ଅଧିକ ସଂକ୍ରାମକ ହେବ ବୋଲି କହିଛି WHO ।