କିଭ୍:ଅଶାନ୍ତ ରହିଛି ୟୁକ୍ରେନ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରୁଛି ଋଷ । ଘନ ଘନ ମିସାଇଲ ମାଡ ସାଙ୍ଗକୁ ଚାଲିଛି ଗୁଳିଗୋଳା ବର୍ଷଣ । ଯୁଦ୍ଧର ବିଭୀଷିକାରେ ଖିନଭିନ୍ ହେଉଛି ୟୁକ୍ରେନ । ରାଜଧାନୀ କିଭ ଅକ୍ତିଆର କରିବାକୁ ମାଡି ଚାଲିଛ ଋଷ ସେନା । ୟୁକ୍ରେନ-ଋଷ ମହାସମର ଚତୁର୍ଥ ଦିନରେ ପହଞ୍ଚିଥିବାବେଳେ ଆଜି ବି ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦରେ କମ୍ପିଛି ୟୁକ୍ରେନର ସହର । ଆଜି(ରବିବାର) ସକାଳୁ ୟୁକ୍ରେନ ରାଜଧାନୀ କିଭ୍ରେ ଦୁଇ ଭୀଷଣ ବିସ୍ଫୋରଣ ଶବ୍ଦ ଶୁଣାଯାଇଛି ।
Russia Attack: ଖାର୍କିଭରେ ଗ୍ୟାସ ପାଇପଲାଇନ ଉଡାଇଲା ଋଷ - କିଭ୍ରେ ବିସ୍ଫୋରଣ
ଚତୁର୍ଥ ଦିନରେ ପହଞ୍ଚିଲା ୟୁକ୍ରେନ-ଋଷିଆ ମହାସମର । ଆଜି ଖାର୍କିଭ୍ ସହରରେ ଏକ ଗ୍ୟାସ ପାଇପଲାଇନ ଉଡାଇଲ ଋଷ । ଦୁଇ ପ୍ରଚଣ୍ଡ ବିସ୍ଫୋରଣରେ କମ୍ପିଲା ରାଜଧାନୀ କିଭ୍ । ଅଧିକ ପଢନ୍ତୁ

Russia Attack: କିଭ୍ରେ ଦୁଇଟି ବଡ ବିସ୍ଫୋରଣ, ଖାର୍କିଭରେ ଗ୍ୟାସ୍ ପାଇପଲାଇନ ଉଡାଇଲା ଋଷ
@Twitter
CNN ରିପୋର୍ଟ ଅନୁଯାୟୀ, ପ୍ରଥମ ବିସ୍ଫୋରଣ କିଭ୍ ସହରର କେନ୍ଦ୍ର ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଦେଖାଯାଇଥିବା ବେଳେ ଅନ୍ୟ ବିସ୍ଫୋରଣଟି ପଶ୍ଚିମ କିଭ୍ ଅଞ୍ଚଳର ଦ୍ବିତୀୟ ବୃହତ୍ ବିମାନ ବନ୍ଦର ନିକଟରେ ଘଟିଛି । ଆହୁରିମଧ୍ୟ ସୂଚନା ମିଳିଛି କି, ଋଷ ଆଜି ୟୁକ୍ରେନର ଖାର୍କିଭ ସହରରେ ଏକ ଗ୍ୟାସ୍ ପାଇଲଲାଇନ ଉଡାଇ ଦେଇଛି । ମିସାଇଲ ଆଟାକ୍ ଯୋଗୁଁ ଏକ ତୈଳ ଟ୍ୟାଙ୍କରେ ମଧ୍ୟ ବିସ୍ଫୋରଣ ହୋଇଛି । ଏବେସୁଦ୍ଧା ଋଷର ଆକ୍ରମଣରେ ୨୪୦ ଜଣ ୟୁକ୍ରେନ ନାଗରିକ ପ୍ରାଣ ହରାଇଥିବା ଜାତିସଂଘ ସୂଚନା ଦେଇଛି ।
@ANI