ନୂଆଦିଲ୍ଲୀ: ଦିନକୁ ଦିନ ଜଟିଳ ହେଉଛି ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ମହାସମର । ଗୋଟିଏ ପଟେ ଋଷ ଉପରେ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ର ଆର୍ଥିକ କଟକଣା ଲାଗୁ କରିଛନ୍ତି । ଏପଟେ ଶୁକ୍ରବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ନିଜର ପ୍ରତିକ୍ରିୟା ରଖିଛି ଆମେରିକା । ୟୁ୍କ୍ରେନ କୌଣସି ଜୈବିକ ଅସ୍ତ୍ର କାର୍ଯ୍ୟକ୍ରମ କରୁନାହିଁ ବୋଲି ଆମେରିକା କହିଛି ।
ଏଥିସହ ୟୁ୍କ୍ରେନରେ କୌଣସି ଜୈବିକ ଅସ୍ତ୍ର ପ୍ରସ୍ତୁତି ପରୀକ୍ଷାଗାରା ନାହିଁ ଜାତିସଂଘ ସୁରକ୍ଷା ପରିଷଦରେ ଆମେରିକା ପ୍ରତିନିଧି ପ୍ରତିକ୍ରିୟାରେ କହିଛନ୍ତି । ଏହା ସହ ୟୁ୍କ୍ରେନ କିମ୍ବା ଋଷିଆ ସୀମାରେ କୌଣସି ଜୈବିକ ଅସ୍ତ୍ର ପ୍ରସ୍ତୁତି ତଥା ପରୀକ୍ଷାଗାରା ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁନାହିଁ ବୋଲି କହିଛି ।