ଓଡିଶା

odisha

ସ୍ପେନରେ ସୋମବାର 331 ମୃତ, ମାସେ ଭିତରେ ସବୁଠାରୁ କମ

By

Published : Apr 27, 2020, 5:09 PM IST

ସ୍ପେନରେ ମୋଟ ମୃତ୍ୟୁ ସଂଖ୍ୟା 23 ହଜାର 521 ଛୁଇଁଛି । ଆମେରିକା ଓ ଇଟାଲୀ ପରେ ବିଶ୍ବରେ ଏହା ତୃତୀୟ ସର୍ବାଧିକ ମୃତ୍ୟୁ ସଂଖ୍ୟା । ଅଧିକ ପଢନ୍ତୁ...

ସ୍ପେନରେ ସୋମବାର 331 ମୃତ, ମାସେ ଭିତରେ ସବୁଠାରୁ କମ
ସ୍ପେନରେ ସୋମବାର 331 ମୃତ, ମାସେ ଭିତରେ ସବୁଠାରୁ କମ

ମାଦ୍ରିଦ: ୟୁରୋପରେ କୋରୋନା ଭୂତାଣୁ ସର୍ବାଧିକ କ୍ଷତି ଘଟାଇଥିବାବେଳେ ସ୍ପେନ, ଇଟାଲୀ, ଫ୍ରାନ୍ସ, ୟୁକେରେ ଏହା ହାହାକାର ମଚାଇଛି । ସୋମବାର ସ୍ପେନରେ 331 ଜଣଙ୍କ କୋରୋନା ଭୂତାଣୁରେ ମୃତ୍ୟୁ ହୋଇଛି । ବିଶେଷ କରି ରାତି ସମୟରେ ଏହି ସଂଖ୍ୟାରେ ଅଧିକ ବୃଦ୍ଧି ଘଟିଥିବା ଜଣାପଡିଛି ।

ତେବେ ସରକାରଙ୍କ ସୂଚନାନୁସାରେ ଗତ ଏକ ମାସ ଭିତରେ ଏହା ସର୍ବନିମ୍ନ ମୃତ୍ୟୁ ସଂଖ୍ୟା । ଗୋଟିଏ ଦିନରେ ପୂର୍ବରୁ ହଜାର ହଜାର ମୃତ୍ୟୁ ହେଉଥିବାବେଳେ ପ୍ରଥମ ଥର ମାତ୍ର 331 ରହିଛି । ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା 23 ହଜାର 521 ଛୁଇଁଛି । ଆମେରିକା ଓ ଇଟାଲୀ ପରେ ବିଶ୍ବରେ ଏହା ତୃତୀୟ ସର୍ବାଧିକ ମୃତ୍ୟୁ ସଂଖ୍ୟା ।

ଏପର୍ଯ୍ୟନ୍ତ ଦେଶରେ 2 ଲକ୍ଷ 20 ହଜାର ଲୋକ ଆକ୍ରାନ୍ତ ଥିବାବେଳେ ଲକ୍ଷାଧିକ ଲୋକ ସୁସ୍ଥ ହୋଇଛନ୍ତି । ତେବେ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିବାରୁ ସ୍ପେନ ସରକାର ଲକଡାଉନରେ କିଛି କୋହଳ କରିଛନ୍ତି । ରବିବାର ପିଲାଙ୍କୁ ଘରୁ ବାହାରିବାକୁ ଅନୁମତି ମିଳିଛି । ଫଳରେ ରାଜରାସ୍ତାରେ ବାପା ମାଆଙ୍କ ସହ କିଛି ପିଲାଙ୍କୁ ଖେଳିବାର ଦେଖିବାକୁ ମିଳିଥିଲା । ସକାଳ 9ରୁ ରାତି 9 ଭିତରେ କେବଳ ଗୋଟିଏ ଘଣ୍ଟା ପିଲାଙ୍କୁ ରାସ୍ତାକୁ ବାହାରିବାର ଅନୁମତି ମିଳିଛି ।

ABOUT THE AUTHOR

...view details