ଆମଷ୍ଟରଡାମ୍:ନେଦରଲ୍ୟାଣ୍ଡରେ ଝୁଲିଲା ତାଲା । ଦେଶରେ ଦିନକୁ ଦିନ ଓମିକ୍ରନ ସଂକ୍ରମଣ ଉଗ୍ର ରୂପ ନେବା ପରେ ପୁଣି ଫେରିଲା ଲକଡାଉନ(lockdown) । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ଦେଶରେ ତାଲାବନ୍ଦ ଘୋଷଣା କରିଛନ୍ତି ନେଦରଲ୍ୟାଣ୍ଡ ସରକାର । ପ୍ରଧାନମନ୍ତ୍ରୀ ମାର୍କ ରୁଟେ(Prime Minister Mark Rutte) ଏନେଇ ସୂଚନା ଦେଇଛନ୍ତି ।
ଶନିବାର PM ମାର୍କ ରୁଟେ(Prime Minister Mark Rutte) ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆଜି(ରବିବାର)ଠୁ ଦେଶରେ ତାଲାବନ୍ଦ କରିଛନ୍ତି । ଦେଶରେ ସମସ୍ତ ଅଣ-ଅତ୍ୟାବଶ୍ୟକ ଦୋକାନ, ରେସ୍ତୋରାଁ, ବାର, ସିନେମା ହଲ, ସଂଗ୍ରହାଳୟ ଏବଂ ଥିଏଟରଗୁଡିକ ଆସନ୍ତା ଜାନୁୟାରୀ ୧୪ ତାରିଖ ଯାଏଁ ବନ୍ଦ ରହିବ । ସେହିପରି ସ୍କୁଲଗୁଡିକୁ ଜାନୁୟାରୀ ୯ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । କେବଳ ଅତ୍ୟାବଶ୍ୟକୀୟ ସେବାଗୁଡିକୁ କଟକଣାରୁ ବାଦ୍ ଦିଆଯାଇଛି ।