ନୂଆଦିଲ୍ଲୀ: ଚାଲିଛି ମହାଯୁଦ୍ଧ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ୟୁକ୍ରେନ ଉପରେ ଆଟାକ କରୁଛି ଋଷ । ଘନ ଘନ ବର୍ଷୁଛି କ୍ରୁଜ ଓ ବାଲାଷ୍ଟିକ ମିଜାଇଲ, ବିସ୍ଫୋରଣର ବିଭୀଷିକାରେ ଥରୁଛି ଦେଶ । ଋଷ ସେନା ୟୁକ୍ରେନର ସାମରିକ ପ୍ରତିଷ୍ଠାନଗୁଡିକ ଉପରେ ଆକ୍ରମଣ ଚଳାଇଛି । ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଥିବା ମୃତ୍ୟୁର ଏହି ତାଣ୍ଡବଲୀଳାକୁ ନେଇ ବିଶ୍ବ ସମୁଦାୟ ଚିନ୍ତିତ ଥିବାବେଳେ ଏହାକୁ କଡା ନିନ୍ଦା କରିଛି ନାଟୋ(NATO) ।
ଋଷର ଆକ୍ରମଣ ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଙ୍ଘନ କରିବା ସହ ଏହା ୟୁରୋ-ଆଣ୍ଟଲାକଟିକ(Euro-Atlantic) ସୁରକ୍ଷା ପ୍ରତି ବଡ ବିପଦ ସାଜିଛି ବୋଲି NATO ମହାସଚିବ ଜେନ ଷ୍ଟୋଲଟେନବର୍ଗ( Jen Stoltenberg) କହିଛନ୍ତି । ଏଥିସହ NATO ୟୁକ୍ରେନବାସୀଙ୍କ ସହ ଅଛି ଏବଂ ସେମାନଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ସେସବୁ କରିବ ବୋଲି ନାଟୋ କହିଛି । ଋଷିଆକୁ ଆକ୍ରମଣରୁ ନିବୃତ୍ତ ରଖିବାକୁ ଅକ୍ଲାନ୍ତ ଉଦ୍ୟମ ଏବଂ ତାହାକୁ ବାରମ୍ବାର ଚେତବାନୀ ସତ୍ତ୍ବେ ଋଷିଆ ଆକ୍ରମଣାତ୍ମକ ପଦକ୍ଷେପ ନେଇଛି ।