କିଭ୍:ଦିନକୁ ଦିନ ଉଗ୍ର ରୂପ ନେଉଛି ୟୁକ୍ରେନ-ଋଷ ଯୁଦ୍ଧ । ଘନଘନ ବୋମା ମାଡକୁ ମିସାଇଲ ବର୍ଷାରେ ଖିନଭିନ ହୋଇଯାଉଛି ୟୁକ୍ରେନ । ଗତକାଲି(ମଙ୍ଗଳବାର) ରାତିରେ ଋଷ କିଭର ଟିଭି ଟାୱାର୍ସକୁ ଋଷ ଉଡାଇ ଦେଇଛି । ଏଥିସହ ୟୁକ୍ରେନର ଦ୍ବିତୀୟ ବୃହତ୍ତମ ସହର ଖାର୍କିଭରେ ଏୟାର ଷ୍ଟ୍ରାଇକ କରିଛି(Russia Air Strike in Kharkiv) । ଏହି ଏୟାର ଷ୍ଟ୍ରାଇକରେ ୮ ଜଣଙ୍କ ଜୀବନ ଯାଇଥିବାର ସୂଚନା ମିଳିଛି ।
Air Strike in Kharkiv: ଖାର୍କିଭରେ ଏୟାର ଷ୍ଟ୍ରାଇକ କଲା ଋଷ, ୮ ମୃତ - ଖାର୍କିଭରେ ଋଷିଆ ଏୟାର ଷ୍ଟ୍ରାଇକ
ୟୁକ୍ରେନର ଦ୍ବିତୀୟ ବୃହତ୍ତମ ସହର ଖାର୍କିଭରେ ଏୟାର ଷ୍ଟ୍ରାଇକ କଲା ଋଷ । ୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢନ୍ତୁ
![Air Strike in Kharkiv: ଖାର୍କିଭରେ ଏୟାର ଷ୍ଟ୍ରାଇକ କଲା ଋଷ, ୮ ମୃତ Air Strike in Kharkiv: ଖାର୍କିଭରେ ଏୟାର ଷ୍ଟ୍ରାଇକ କଲା ଋଷିଆ, ୮ ମୃତ](https://etvbharatimages.akamaized.net/etvbharat/prod-images/768-512-14612018-thumbnail-3x2-uk.jpg)
ମଙ୍ଗଳବାର ଋଷ ଖାର୍କିଭର ପୂର୍ବ ସହରରେ ଥିବା ଏକ ସୁଉଚ୍ଚ ବିଲ୍ଡିଂ ଉପରେ ଏୟାର ଷ୍ଟ୍ରାଇକ କରିଛି । ଋଷୀୟ ମିସାଇଲ ମାଡରେ ଏକ ପ୍ରଶାସନିକ ବିଲ୍ଡିଂ ମଧ୍ୟ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି । ୟୁକ୍ରେନର ଜରୁରୀକାଳୀନ ସେବା(Ukraine's emergency service) ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଖାର୍କିଭ ଏୟାର ଷ୍ଟ୍ରାଇକରେ ୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୬ ଜଣ ଆହତ ହୋଇଛନ୍ତି । ଉଦ୍ଧାରକାରୀ ଟିମ୍ ବିଲ୍ଡିଂର ଭଗ୍ନାବଶେଷ ମଧ୍ୟରୁ ଦୁଇ ଜଣଙ୍କୁ ଜୀବିତ ଉଦ୍ଧାର କରିଛନ୍ତି ।
ଖାର୍କିଭ ୟୁକ୍ରେନର ଦ୍ବିତୀୟ ସର୍ବବୃହତ୍ ସହର ହୋଇଥିବା ବେଳେ ଏହା ଋଷିଆ ବର୍ଡର ନିକଟରେ ରହିଛି । ତେଣୁ ଏହିଠାରେ ବିଶେଷ ଭାବେ ଋଷ ସେନା ଏବଂ ୟୁକ୍ରେନ ସେନା ମୁହାଁମୁହିଁ ହେଉଛନ୍ତି । ଖାର୍କିଭ ଓ କିଭ୍ ଅକ୍ତିଆର କରିବାକୁ ଋଷ ସେନା ପ୍ରଚଣ୍ଡ ଆକ୍ରମଣ କରୁଛି । ବିଭିନ୍ନ ସ୍ଥାନରେ କ୍ଷେପଣାସ୍ତ୍ର ମାଡ କରିଛି ।