ଓଡିଶା

odisha

By

Published : Mar 13, 2022, 4:29 PM IST

Updated : Mar 13, 2022, 4:37 PM IST

ETV Bharat / international

Russia Ukraine War: ସାମରିକ ଘାଟିରେ ରକେଟ୍‌ ମାଡ, ୩୫ ମୃତ

ଥମିବାରେ ନାଁ ଧରୁନି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ । ଋଷ ଓ ୟୁ୍କ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ୧୮ ଦିନ ପୂରିଛି । ବର୍ତ୍ତମାନ ସୁଦ୍ଧା ୩୫ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Russia Ukraine War: ସାମାରିକ ଘାଟିରେ ରକେଟ୍‌ ମାଡ, ୯ ମୃତ
Russia Ukraine War: ସାମାରିକ ଘାଟିରେ ରକେଟ୍‌ ମାଡ, ୯ ମୃତ

କିଭ୍‌: ଥମିବାରେ ନାଁ ଧରୁନି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ । ଋଷ ଓ ୟୁ୍କ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ୧୮ ଦିନ ପୂରିଛି । ତେବେ ଋଷ ପକ୍ଷରୁ ୟୁକ୍ରେନ ବିଭିନ୍ନ ସହର ସମେତ ସାମରିକ ଘାଟିରେ ଉପରେ ଆକ୍ରମଣ ଜାରି ରହିଛି । ସେହିପରି ଆଜି ଋଷ ପକ୍ଷରୁ ପଶ୍ଚିମ ୟୁକ୍ରେନରେ ଥିବା ଏକ ସାମରିକ ବେସ ଉପରେ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ୩୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୭ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ନେଇ ସ୍ଫଷ୍ଟ କରିଛନ୍ତି ଲିଭ୍‌ର ରାଜ୍ୟପାଳ ମାକ୍ସିମ୍ କୋଜିଟସ୍କି ।

ଏହା ବି ପଢନ୍ତୁ:Russia Ukraine War: କିଭ ଉପରେ ଋଷର ଗୁଳିମାଡ, ୭ ମୃତ

ସେହିଭଳି କୋଜିଟସ୍କି କହିଛନ୍ତି ଯେ, ଋଷିଆ ୟାଭୋରିଭ ସ୍ଥିତ ସାମରିକ ବେସ ଉପରେ 30ରୁ ଅଧିକ ରକେଟ୍‌ ମାଡ କରିଛି । ଏପଟେ ଆହତଙ୍କୁ ଉଦ୍ଧାର କରିବା ଲାଗି ବହୁତ ସଂଖ୍ୟାରେ ଆମ୍ବୁଲାନ୍ସ ପଠାଯାଇଛି । ଏଥିସହ ନିଆଁ ଲିଭାଇବା ପାଇଁ ସମସ୍ତ ଉଦ୍ୟମ ଜାରି ରହିଛି ବୋଲି ୟୁ୍କ୍ରେନ ପକ୍ଷରୁ କୁହାଯାଇଛି ।

ଅପରପକ୍ଷେ ଏକ ପାସଞ୍ଜେର ଟ୍ରେନ ଉପରେ ଋଷ ମଧ୍ୟ ଆକ୍ରମଣ କରିଥିବା ଯୁକ୍ରେନ ଦାବି କରିଛି । ଏଥିରେ ଜଣେ ଟ୍ରେନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ୟୁ୍କ୍ରେନର ଜାତୀୟ ରେଳ କମ୍ପାନୀ ଦାବି କରିଛି । ତେବେ ଏହି ଟ୍ରେନ ଲୋକଙ୍କୁ ଉଦ୍ଧାର କରିବା ଲାଗି ପୂର୍ବ ୟୁକ୍ରେନର ଡୋନେଟସ୍କ୍ ଅଞ୍ଚଳରେ ଥିବା ବରୁସିନ୍ ଷ୍ଟେସନ୍‌ ଯାଉଥିବା ବେଳେ ଋଷ ସେନା ଆକ୍ରମଣ କରିଥିବା ୟୁ୍କ୍ରେନ ଦାବି କରିଛି ।

ଅନ୍ୟପଟେ ଏହି ଟ୍ରେନ ଲିମାନ ଷ୍ଟେସନର ଡୋନେଟସ୍କ ଏବଂ ଲୁହାନସ୍କ ଅଞ୍ଚଳ ଅଞ୍ଚଳରେ ଫସି ରହିଥିବା ନାଗରିକଙ୍କୁ ଉଦ୍ଧାର ପାଇଁ ଯାଉଥିଲା । ତେବ ଏହି ଅଞ୍ଚଳରେ ପ୍ରାୟ ୧୦୦ରୁ ଅଧିକ ପିଲାଙ୍କ ସମେତ ବହୁ ସଂଖ୍ୟାରେ ଲୋକ ଫସି ରହିଛନ୍ତି ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି ।

@ANI

Last Updated : Mar 13, 2022, 4:37 PM IST

ABOUT THE AUTHOR

...view details