ଓଡିଶା

odisha

ETV Bharat / international

ଜୀବନ ନେଲା ହ୍ରିତିକ ପ୍ରେମ - କୁଇନ୍ସ ସହରର ଦିନେଶ୍ବର ବୁଦ୍ଧିଦତ

କୁଇନ୍ସ ସହରର ଦିନେଶ୍ବର ବୁଦ୍ଧିଦତ ତାଙ୍କ ପତ୍ନୀ ଡୋନ୍ନେ ଡୋଜୟଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି। ଏହାପରେ ସେ ନିଜେ ମଧ୍ୟ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଜୀବନ ନେଲା ହ୍ରିତିକ ପ୍ରେମ

By

Published : Nov 12, 2019, 5:37 PM IST

ନ୍ୟୁୟର୍କ: ବଲିଉଡ ଷ୍ଟାରଙ୍କୁ ପ୍ରେମ କରିବା ପଡିଲା ମହଙ୍ଗା । ପତ୍ନୀଙ୍କ ପ୍ରେମ ସହିପାରିଲେନି ପତି । ଆଉ ଶେଷରେ ଜୀବନରେ ମାରିଦେବାକୁ ମଧ୍ୟ ପଛାଇଲେନି । ଆମେରିକାର ନ୍ୟୁୟର୍କରେ ଘଟିଛି ଏପରି ଅଭାବନୀୟ ଘଟଣା ।

ପୋଲିସ ସୂଚନାନୁସାରେ କୁଇନ୍ସ ସହରର ଦିନେଶ୍ବର ବୁଦ୍ଧିଦତ ତାଙ୍କ ପତ୍ନୀ ଡୋନ୍ନେ ଡୋଜୟଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି। ଏହାପରେ ସେ ନିଜେ ମଧ୍ୟ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ ଉଭୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି।

ତେବେ ଖବର ଅନୁସାରେ ଦିନେଶ୍ବର ପତ୍ନୀଙ୍କ ହ୍ରିତିକ ରୋଶନ ପ୍ରେମରେ ଇର୍ଷାନ୍ବିତ ହୋଇପଡିଥିଲେ । ବଲିଉଡ ଷ୍ଟାର ହ୍ରିତିକଙ୍କର ଫ୍ୟାନ ଥିଲେ ପତ୍ନୀ । ତାଙ୍କର କୌଣସି ବି ଫିଲ୍ମକୁ ସେ ମିସ କରୁନଥିଲେ । ଏପରିକି ଟିଭିରେ ଯଦି ହ୍ରିତିକଙ୍କ କୌଣସି ଗୀତ ବାଜୁଥାଏ ସେ ସବୁ କାମ ଛାଡି ବସି ଦେଖିବାରେ ଲାଗନ୍ତି । ଯାହାକୁ ନେଇ ଦିନେଶ୍ବର ଅଧିକ ଇର୍ଷାନ୍ବିତ ହୋଇଥିଲେ ।

ହ୍ରିତିକ ପ୍ରତି ଅତ୍ୟଧିକ ପ୍ରେମ ତାଙ୍କୁ ବାଧିଥିଲା । ପେସାରେ ଜଣେ ବାର ଟେଣ୍ଡର ଥିଲେ ପତ୍ନୀ ଡୋନ୍ନେ ।

ABOUT THE AUTHOR

...view details