ଓଡିଶା

odisha

ରାଷ୍ଟ୍ରପତିଙ୍କ ସହ ଭିଡିଓ କନଫରେନ୍ସି , ମିଟିଂ ସମୟରେ ଗାଧୋଇଲେ କର୍ମଚାରୀ

ରାଷ୍ଟ୍ରପତିଙ୍କ ସହ ଭିଡିଓ କନଫରେନ୍ସି ସମୟରେ ଅଜବ ଦୃଶ୍ୟ । ମିଟିଂ ସମୟରେ ଗାଧେଇଲେ କର୍ମଚାରୀ । ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଅଧିକ ପଢନ୍ତୁ...

By

Published : May 19, 2020, 10:12 AM IST

Published : May 19, 2020, 10:12 AM IST

ରାଷ୍ଟ୍ରପତିଙ୍କ ସହ ଭିଡିଓ କନଫରେନ୍ସି
ରାଷ୍ଟ୍ରପତିଙ୍କ ସହ ଭିଡିଓ କନଫରେନ୍ସି

ବ୍ରାସିଲା: କୋରୋନା ମହାମାରୀ ପାଇଁ ସମଗ୍ର ବିଶ୍ବର ଅଧିକାଂଶ ଦେଶ ଲକଡାଉନରେ । ସମସ୍ତ କର୍ମଚାରୀ ଏବେ ୱାର୍କ ଫ୍ରମ କରୁଛନ୍ତି । କୌଣସି ମିଟିଂ ପାଇଁ ସମସ୍ତ କର୍ମଚାରୀଙ୍କୁ ଯୋଡି ରଖିବାକୁ ଏକ ଆପ୍‌ର ବ୍ୟବହାରେ ଭିଡିଓ କନଫରେନ୍ସି କରାଯାଉଛି । ବ୍ରାଜିଲ ରାଷ୍ଟ୍ରପତି ମଧ୍ୟ ନିଜ କର୍ମଚାରୀଙ୍କ ସହ ଏହି ଆପ ମାଧ୍ୟମରେ ବୈଠକ ଡକାଇଥିଲେ । ମିଟିଂ ସମୟରେ ହଠାତ ଏକ ପରିସ୍ଥିତି ଉପୁଜିବାରୁ ଉପସ୍ଥିତି ଥିବା ସମସ୍ତ କର୍ମଚାରୀ ଲାଜରେ ମୁଣ୍ଡ ନୁଆଁଇ ଦେଇଥିଲେ ।

ରାଷ୍ଟ୍ରପତିଙ୍କ ସହ ଭିଡିଓ କନଫରେନ୍ସି

ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ ନିଜ କର୍ମଚାରୀଙ୍କ ଏକ ବୈଠକ ଡକାଇଥିଲେ । ଏହି ବୈଠକ ସମସ୍ତେ ଘର ବସି ଏକ ଆପ୍‌ ମାଧ୍ୟମରେ ଯୋଡି ହୋଇଥିଲେ । ଏହି ସମୟରେ ଜଣେ କର୍ମଚାରୀ ନିଜ ଆଭିମୁଖ୍ୟ ରଖିବା ପରେ ହଠାତ ପୋଷାକ ଖୋଲିଦେଇଥିଲେ ।

ପ୍ରକୃତ କଥା ହେଉଛି, କର୍ମଚାରୀ ଜଣକ ବୈଠକରେ ଆଲୋଚନା ପରେ ଭିଡିଓ ଫିଡ ବଟନ ବନ୍ଦ କରିବାକୁ ଭୁଲି ଯାଇଥିଲେ । କିନ୍ତୁ ଏହି ସମୟରେ ବ୍ରାଜିଲ ରାଷ୍ଟ୍ରପତିଙ୍କ ଅନ୍ୟ କର୍ମଚାରୀ ମିଟିଂରେ ଯୋଡି ହୋଇ ରହିଥିଲେ । ଫଳରେ ସେମାନଙ୍କୁ ଏପରି ଏକ ପରିସ୍ଥିତି ସାମ୍ନା କରିବାକୁ ପଡିଥିଲା ।

ସେପଟେ, କିଛି ସମୟ ପରେ ଉଦ୍ୟୋଗ ବିଭାଗର ପ୍ରମୁଖ ଅଧିକାରୀ ପାଲଲୀ ଗେଦେସ ଜାଣିବାକୁ ପାଇଲେ ବାସ୍ତବରେ କର୍ମଚାରୀ ଜଣକ ଗାଧୋଉଥିଲେ । ଏହା ପରେ ମିଟିଂର ଏହି ଫଟୋଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ABOUT THE AUTHOR

...view details