ଲଣ୍ଡନ: ବ୍ରିଟେନରେ କୋରୋନାର ଏକ ନୂଆ ଷ୍ଟ୍ରେନ ଘାତକ ଭାବେ ବ୍ୟାପି ଚାଲିଛି । ପରିସ୍ଥିତି ପୂର୍ବ ଠାରୁ ଅଧିକ ଜଟିଳ ହେଇଛି । ଫଳରେ କୋରୋନାକୁ କାବୁ କରିବା କଷ୍ଟକର ହୋଇପଡିଛି । ଯାହାକୁ ଦୃଷ୍ଟିରେ ରଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ବ୍ରିଟେନର ରାଜଧାନୀ ଲଣ୍ଡନ ଓ ଦକ୍ଷିଣ-ପୂର୍ବ ବ୍ରିଟେନରେ ଲକଡାଉଉନ ଘୋଷଣା କରିଛନ୍ତି । ଆଗକୁ ଖ୍ରୀଷ୍ଟମାସ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେପଟେ କୋରୋନା ନୂଆ ରୂପକୁ ସାଙ୍ଘାତିକ ହେଉଥିବାରୁ ବ୍ରିଟେନର ସ୍ବାସ୍ଥ୍ୟ ସଚିବ ମ୍ୟାଟ ହେନକକ୍ ଆସନ୍ତା 1 ରେ ଲକଡାଉନ ଘୋଷଣା ହୋଇପାରେ ବୋଲି କହିଛନ୍ତି ।
ବଡଦିନ ରେ ଲୋକେ ଘରେ ରହି ପାଳି ପାରିଲେ ଉତ୍ସବର ସବୁଠୁ ବଡ ଉପହାର ହେବ । ହୁଏତ ଏହାଦ୍ବାରା ସଂକ୍ରମଣକୁ ସାମାନ୍ୟ ରୋକାଯାଇପାରିବ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି । ଲଣ୍ଡନ ଓ ଦକ୍ଷିଣ-ପୂର୍ବ ଇଂଲଣ୍ଡ ଲାଗି ଟାୟର-4 କୋଭିଡ ସତର୍କତା ଜାରି କରିଛନ୍ତି ।
କୋଭିଡ ସତର୍କତା ଲାଗି ଟାୟର-1 ସଂକ୍ରମଣର ସମ୍ଭାବନା ସ୍ବଳ୍ପ ଥିବାରୁ ପରବର୍ତ୍ତୀ ଟାୟରମାନଙ୍କରେ ସମ୍ଭାବନା ଅଧିକ ବୋଲି ଦର୍ଶାଯାଉଛି । ଏଥିର ଟାୟର-4 ପୂର୍ଣ୍ଣ ଲକଡାଉନ ସହ ସମାନ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛନ୍ତି ।