ଓଡିଶା

odisha

ଜୁନ୍ ସୁଦ୍ଧା ଲଣ୍ଡନ ହୋଇପାରେ 'କୋରୋନା ମୁକ୍ତ': ବିଶ୍ଲେଷଣ

ଏକ ବିଶ୍ଲେଷଣାତ୍ମକ ତଥ୍ୟ ଅନୁସାରେ ବ୍ରିଟେନ ପାଇଁ ଖୁସି ଖବର ରହିଛି । କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ଏବଂ ଜନସ୍ବାସ୍ଥ୍ୟ ଇଂଲଣ୍ଡ ଦ୍ବାରା ପ୍ରକାଶିତ ବିଶ୍ଳେଷଣାତ୍ମ ତଥ୍ୟ ଅନୁଯାୟୀ ଜୁନ୍ ସୁଦ୍ଧା ରାଜଧାନୀ ଲଣ୍ଡନ କୋରୋନା ମୁକ୍ତ ହୋଇଯିବ । ଶୁକ୍ରବାର ଲଣ୍ଡନରେ ମାତ୍ର 24 ଟି ନୂଆ ମାମଲା ରିପୋର୍ଟ ହୋଇଛି । ଅଧିକ ପଢନ୍ତୁ...

By

Published : May 15, 2020, 5:35 PM IST

Published : May 15, 2020, 5:35 PM IST

London
London

ଲଣ୍ଡନ: ସାରା ବିଶ୍ବରେ କୋରୋନା ପାଦୁର୍ଭାବ ଜାରି ରହିଛି । ବିଶ୍ବରେ ମହାମାରୀ ମହାବିପତ୍ତି ସାଜିଛି । ଏପରିସ୍ଥଳେ କେବେ ବିଶ୍ବରୁ ବିଦାୟ ନେବ ସେ ନେଇ କୌଣସି ପ୍ରକାର ସଠିକ ସମ୍ଭାବନା ଲଗାଇପାରୁନାହାଁନ୍ତି ଅନେକ ଚିନ୍ତାଶୀଳ ଗବେଷକ, ବୈଜ୍ଞାନିକ । ଏପରିସ୍ଥଳେ ଏକ ବିଶ୍ଲେଷଣାତ୍ମକ ତଥ୍ୟ ଅନୁସାରେ ବ୍ରିଟେନ ପାଇଁ ଖୁସି ଖବର ରହିଛି । କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ଏବଂ ଜନସ୍ବାସ୍ଥ୍ୟ ଇଂଲଣ୍ଡ ଦ୍ବାରା ପ୍ରକାଶିତ ବିଶ୍ଳେଷଣାତ୍ମ ତଥ୍ୟ ଅନୁଯାୟୀ ଜୁନ୍ ସୁଦ୍ଧା ରାଜଧାନୀ ଲଣ୍ଡନ କୋରୋନା ମୁକ୍ତ ହୋଇଯିବ । ଶୁକ୍ରବାର ଲଣ୍ଡନରେ ମାତ୍ର 24 ଟି ନୂଆ ମାମଲା ରିପୋର୍ଟ ହୋଇଛି ।

ଏକ ପ୍ରକାଶିତ ଖବରକାଗଜ ବିଶ୍ଳେଷଣ ଅନୁଯାୟୀ 'R' ପୁନଃ କୋରୋନା ସଂକ୍ରମଣ ହାର ଲଣ୍ଡନରେ 0.4 କୁ ଖସି ଆସିଛି ଏବଂ ପ୍ରତି 3.5 ଦିନରେ ନୂଆ କୋରୋନା ମାମଲା ସାମ୍ନାକୁ ଆସୁଛି ।

ଲଣ୍ଡନ ପ୍ରଥମେ ବ୍ରିଟେନରେ ମହାମାରୀର କେନ୍ଦ୍ରବିନ୍ଦୁ ଥିଲା । ଚଳିତ ସପ୍ତାହ ପୂର୍ବରୁ ପ୍ରତିଦିନ ଶତାଧିକ ସଂକ୍ରମଣ ଓ ମୃତ୍ୟୁ ରିପୋର୍ଟ ରେକର୍ଡ ହେଉଥିଲା । ମାତ୍ର ଏବେ ସ୍ଥିତିରେ ଦ୍ରୁତ ସୁଧାର ଆସିଛି ।

ବିଶ୍ଳେଷଣ ସତ୍ତ୍ବେ ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଏବଂ ଟ୍ରପିକାଲ୍ ମେଡିସିନର ପ୍ରଫେସର ଚେତାବନୀ ଦେଇଛନ୍ତି ଯେ ଲଣ୍ଡନର ପ୍ରକୃତ ସଂକ୍ରମଣ ହାର ସାମାନ୍ୟ ଅଧିକ ହେବାର ସମ୍ଭାବନା ରହିଛି । ସେ କହିଛନ୍ତି ଯେ, ଲଣ୍ଡନରେ ଦେଶର ଅନ୍ୟ ଅଞ୍ଚଳ ତୁଳନାରେ ମାମଲା ସଂଖ୍ୟା ଏବଂ ମୃତ୍ୟୁରେ ତୀବ୍ର ହ୍ରାସ ପାଇଛି | ଫଳରେ ଏହି ହାର ଜାରି ରହିଲେ ଜୁନ ସୁଦ୍ଧା ରାଜଧାନୀ ଲଣ୍ଡନ କୋରୋନା ମୁକ୍ତ ହୋଇଯିବ ।

ଶୁକ୍ରବାର ସୁଦ୍ଧା ବ୍ରିଟେନରେ କୋରୋନା ମାମଲା 234,441 କୁ ବୃଦ୍ଧି ପାଇଛି । ଦେଶରୋ କୋରୋନାରେ 33,693 ମୃତ୍ୟୁ ଘଟିଛି । ଏହି ସଂଖ୍ୟା ୟୁରୋପରେ ବର୍ତ୍ତମାନର ସର୍ବାଧିକ ରହିଛି ।

@IANS

ABOUT THE AUTHOR

...view details