ଲଣ୍ତନ:ସାରା ବିଶ୍ୱରେ କାୟା ମେଲାଇଛି କୋରୋନା । ବ୍ରିଟେନରେ ମହାମାରୀ ସ୍ଥିତିକୁ ନେଇ ସୋମବାର ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଦେଶର ଲକଡାଉନ ସଟଡାଉନ ଓ ଟିକାକରଣକୁ ନେଇ ଦେଶବାସୀଙ୍କୁ ଉଦବୋଧନ ଦେବେ ସରକାର ।
ଡେଲଟା ସଂକ୍ରମଣ ପାଇଁ ନୂଆ ଗାଇଡଲାଇନ ଜାରି କଲା ବିଟ୍ରେନ
ବ୍ରିଟେନରେ ମହାମାରୀ ସ୍ଥିତି ଭୟାନକ । ଏନେଇ ସୋମବାର ପ୍ରଧାନମନ୍ତ୍ରୀ ବୋରିସ ଜନଶନ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଦେଶର ଲକଡାଉନ ସଟଡାଉନ ଓ ଟିକାକରଣକୁ ନେଇ ଦେଶବାସୀଙ୍କୁ ଉଦବୋଧନ ଦେବେ । ଅଧିକ ପଢନ୍ତୁ...
ଆସନ୍ତା 19 ରୁ ଦେଶରେ ସମସ୍ତ କଟକଣା କୋହଳ କରିବାକୁ ସରକାର ଯୋଜନା କରିଥିଲେ । କିନ୍ତୁ ଡେଲଟା ସଂକ୍ରମଣ ବୃଦ୍ଧି ପରେ ଏହାକୁ ଘୁଞ୍ଚାଇ ଦିଆଯାଇଛି । 21 ପରେ ଦେଶରେ ସମ୍ପୂର୍ଣ୍ଣ ତାଲାବନ୍ଦ ଖୋଲିବାକୁ ଯୋଜନା ରହିଛି । ବ୍ରିଟେନ ବର୍ତ୍ତମାନ ଡେଲଟା ସଂକ୍ରମଣକୁ ଦେଖି ନୂତନ ଗାଇଡଲାଇନ ଜାରି କରିଛି । ଏହାକୁ ନେଇ ସୋମବାର ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବେ । ଏନେଇ ସୂଚନା ଦେଇଛନ୍ତି ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭେଦ ।
ୟୁରୋପିଆନ ଦେଶ ଗୁଡିକ ମଧ୍ୟରେ ବିଟ୍ରେନରେ କୋରୋନାରେ ସର୍ବାଧିକ 128,000 ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଦେଶରେ ବଡ ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମ ବାରଣ କରାଯାଇଥିବା ବେଳେ ନାଇଟ କ୍ଲବ ଓ ପବ ଖୋଲିବାକୁ ବାରଣ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସଦ୍ୟତମ ସୂଚନାରୁ ଜଣାପଡିଛି ଯେ ପ୍ରତିବନ୍ଧକ ହଟାଯିବା ସହିତ ମାମଲା ସଂଖ୍ୟା କମାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଡିସେମ୍ବରରୁ ପୂର୍ଣ୍ଣମାତ୍ରାରେ ଟିକାକରଣ କରାଯାଇଛି । ପ୍ରାୟ 64% ଯୁବବର୍ଗଙ୍କୁ ଟିକାର ଦ୍ବୀତିୟ ଡୋଜ ଦିଆଯାଇଛି ।