ଜେନେଭା: ଜାତିସଂଘର ଏକ ନୂତନ ରିପୋର୍ଟ ଅନୁଯାୟୀ ବିଶ୍ବରେ ପ୍ରାୟ 19 ମିଲିୟନ ଶିଶୁ ବିସ୍ଥାପିତ ହୋଇଛନ୍ତି । ବିବାଦ ଓ ହିଂସା ହେତୁ ବର୍ଷ ବର୍ଷ ଧରି ନିଜ ଦେଶରୁ ବିସ୍ଥାପିତ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି । 2019 ଶେଷରେ, ପ୍ରାୟ 46 ମିଲିୟନ ଶିଶୁ ବିବାଦ ଏବଂ ହିଂସା ଯୋଗୁଁ ବିସ୍ଥାପିତ ହୋଇଥିଲେ । ହେଲେ ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ 10 ଜଣଙ୍କ ମଧ୍ୟରୁ 4 ଜଣ ଘରୁ ନିଖୋଜ ଥିବା ନେଇ ସୂଚନା ରହିଛି ।
ତେବେ ବିପର୍ଯ୍ୟୟ ଦ୍ୱାରା ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ । ଫଳରେ ବାଧ୍ୟ ହୋଇ ନିଜ ଘର ଏବଂ ସମ୍ପ୍ରଦାୟରୁ ଏହି ପିଲାମାନେ ଦୂରେଇ ଯାଇଥିଲେ । ତେବେ ଏବେ ଚାଲିଥିବା କୋଭିଡ-19 ମହାମାରୀ ସମୟରେ ସେହିମାନେ ଏବେ ଦୁନିଆରେ ସବୁଠାରୁ ଅସୁରକ୍ଷିତ ଅଛନ୍ତି ବୋଲି ଜାତିସଂଘ କହିଛି ।
ୟୁନିସେଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେନେରେଟା ଫୋର କହିଛନ୍ତି ଯେ ବିଶ୍ବର ଲକ୍ଷ ଲକ୍ଷ ବିସ୍ଥାପିତ ଶିଶୁ ଉପଯୁକ୍ତ ଯତ୍ନ ଏବଂ ସୁରକ୍ଷାରୁ ବଞ୍ଚିତ ରହୁଛନ୍ତି । ଯେତେବେଳେ କୋଭିଡ-19 ମହାମାରୀ ପରି ନୂତନ ସଙ୍କଟ ଦେଖାଦେଉଛି, ସେତେବେଳେ ଏହି ପିଲାମାନେ ବିଶେଷ ଭାବରେ ଅସୁରକ୍ଷିତ ଅଟନ୍ତି । ସେମାନଙ୍କୁ ନିରାପଦ, ସୁସ୍ଥ, ଶିକ୍ଷା ଏବଂ ସୁରକ୍ଷିତ ରଖିବା ପାଇଁ ସରକାର ଏବଂ ମାନବିକ ସହଯୋଗୀମାନେ ମିଳିତ ଭାବରେ କାର୍ଯ୍ୟ କରିବା ଜରୁରୀ ହୋଇପଡିଛି ।