ଓଡିଶା

odisha

କୋରୋନାରେ ଇଟାଲୀ ଅଣାୟତ୍ତ: ଦିନକରେ 683, 7503 ମୃତ୍ୟୁ ରିପୋର୍ଟ

By

Published : Mar 25, 2020, 11:32 PM IST

ଇଟାଲୀରେ ତାଜା ସଂକ୍ରମଣ ରିପୋର୍ଟ ହାର ବୃଦ୍ଧି ପାଇଛି । ଇଟାଲୀର ମୃତ୍ୟୁ ସଂଖ୍ୟା ବର୍ତ୍ତମାନ 7503 ରେ ପହଞ୍ଚିଛି । ବୁଧବାର ଇଟାଲୀ କୋରୋନା ଭାଇରସରେ 683 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି । ଏହାସହ ଦେଶର ମୋଟ ସଂକ୍ରମଣ ରିପୋର୍ଟ 74 386 ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ରୋମ: ମହାମାରୀ କୋରୋନା ଭାଇରସରେ ଇଟାଲୀର ଏବେ ଏକ ପ୍ରକାର ମୃତ୍ୟୁ ଉପତ୍ୟକାରେ ପରିଣତ ହୋଇଛି । ହୁ ହୁ ହୋଇ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବୁଧବାର କୋରୋନାରେ ଇଟାଲୀରେ 683 ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା 7503 ରେ ପହଞ୍ଚିଛି।

ଇଟାଲୀରେ ତାଜା ସଂକ୍ରମଣ ରିପୋର୍ଟ ହାର ଆଶିଂକ ଭାବରେ ହ୍ରାସ ପାଇଛି । ଇଟାଲୀର ମୃତ୍ୟୁ ସଂଖ୍ୟା ବର୍ତ୍ତମାନ 7503 ରେ ପହଞ୍ଚିଛି । ବୁଧବାର ଇଟାଲୀ କୋରୋନା ଭାଇରସରେ 683 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି । ଏହାସହ ଦେଶର ମୋଟ ସଂକ୍ରମଣ ରିପୋର୍ଟ 74 386 ରେ ପହଞ୍ଚିଛି । ଏହାସହ 8326 ଜଣ କୋରୋନା କବଳରୁ ରକ୍ଷା ପାଇଛନ୍ତି । ବର୍ତ୍ତମାନ ଦେଶରେ 54030 ଆକ୍ଟ୍ରିଭ କେସ ରହିଥିବା ବେଳେ 3393 ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି ।

ସେପଟେ, ଗତ 24 ଘଣ୍ଟା ମଧ୍ୟରେ ସ୍ପେନ 700 ରୁ ଅଧିକ ମୃତ୍ୟୁ ରେକର୍ଡ କରିଛି, ଯାହା ମୋଟ ମୃତ୍ୟୁ ସଂଖ୍ୟାରେ ଚୀନ୍‌କୁ ଅତିକ୍ରମ କରି ଦେଶକୁ ଇଟାଲୀରେ ପଛରେ ଦ୍ବିତୀୟ ସ୍ଥାନରେ ରଖିଛି । ବର୍ତ୍ତମାନ ସୁଦ୍ଧା ସ୍ପେନରେ ମୃତ୍ୟୁ ସଂଖ୍ୟା 3434ରେ ପହଞ୍ଚିଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ବିଶ୍ବର 194 ଟି ଦେଶ କୋରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । 20 ହଜାର499 ଜଣଙ୍କର ମୃତ୍ୟୁ ହୋଇଛି। 4 ଲକ୍ଷ 52 ହଜାର 601 ସଂକ୍ରମିତ | 1 ଲକ୍ଷ 13 ହଜାର 121 ମଧ୍ୟ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details