ଓଡିଶା

odisha

ETV Bharat / international

ଭାରତୀୟଙ୍କ ପ୍ରବେଶକୁ ବ୍ୟାନ କଲା ଇଟାଲୀ - Italian Citizens Allowed to Return Back

ସାରାଦେଶ ଏବେ ମାହାମାରୀର ଦ୍ବିତୀୟ ଲହରୀ ସହ ସଙ୍ଘର୍ଷ କରୁଥିବା ବେଳେ ଅନ୍ୟ ଦେଶମାନଙ୍କ ସହ ବଢିବାରେ ଲାଗିଛି ଦୂରତା । ସଂକ୍ରମଣ ଆଶଙ୍କା ଏଡ଼ାଇବା ଲାଗି ଅନ୍ୟ ଦେଶମାନଙ୍କ ଭଳି ଭାରତୀୟଙ୍କ ପ୍ରବେଶ ଉପରେ ରୋକ ଲଗାଇଲା ଇଟାଲୀ । ଅଧିକ ପଢନ୍ତୁ...

ଭାରତୀୟଙ୍କ ପ୍ରବେଶକୁ ବ୍ୟାନ କଲା ଇଟାଲୀ
ଭାରତୀୟଙ୍କ ପ୍ରବେଶକୁ ବ୍ୟାନ କଲା ଇଟାଲୀ

By

Published : Apr 26, 2021, 12:10 PM IST

ରୋମ: ଏବେ ସାରା ଦେଶରେ ନିଜର ରୌଦ୍ର ରୂପ ଦେଖାଉଛି ମହାମାରୀ କୋରୋନା । ଏହାର ଦ୍ବିତୀୟ ଲହରୀ ଦେଶବାସୀଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ । ସାରାଦେଶ ଏହି ମାହାମାରୀ ସହ ସଙ୍ଘର୍ଷ କରୁଥିବା ବେଳେ ଅନ୍ୟ ଦେଶମାନଙ୍କ ସହ ଦୂରତା ମଧ୍ୟ ବଢିବାରେ ଲାଗିଛି । ସଂକ୍ରମଣ ଆଶଙ୍କା ଏଡ଼ାଇବା ଲାଗି ଅନ୍ୟ ଦେଶମାନଙ୍କ ଭଳି ଇଟାଲି ମଧ୍ୟ ଭାରତ ଉପରେ ପ୍ରତବନ୍ଧକ ଲଗାଇଛି । ଭାରତରୁ ଆସୁଥିବା ଯାତ୍ରୀମାନଙ୍କ ପ୍ରତି ନିଷେଧାଦେଶ ଜାରି କରିଛି ଦେଶ ।

ଗତ ୧୪ ଦିନ ଧରି ଭାରତରେ ଥିବା ବିଦେଶୀ ଯାତ୍ରୀମାନଙ୍କ ଇଟାଲି ପ୍ରବେଶକୁ ବାରଣ କରିବା ପାଇଁ ସେ ନିର୍ଦ୍ଦେଶରେ ଦସ୍ତଖତ କରିଥିବା ଇଟାଲୀର ସ୍ବାସ୍ଥ୍ୟମନ୍ତ୍ରୀ ରୋବେର୍ଟୋ ସ୍ପେରାଞ୍ଜା ଟ୍ବିଟ କରି କହିଛନ୍ତି । ବର୍ତ୍ତମାନ କୋଭିଡ-୧୯ର ‘ଡବଲ୍‌ ମ୍ୟୁଟାଣ୍ଟ୍‌ ଷ୍ଟ୍ରେନ୍‌’ ସହ ଭାରତ ସଂଗ୍ରାମ କରୁଛି । ରବିବାର ଦିନ କ୍ରମାଗତ ୪ର୍ଥ ଦିନ ପାଇଁ ସର୍ବାଧିକ ଦୈନିକ ସଂକ୍ରମଣ କ୍ଷେତ୍ରରେ ଭାରତ ବିଶ୍ବର ପ୍ରଥମ ଦେଶ ଭାବେ ପରିଗଣିତ ହୋଇଥିଲା । ଏନେଇ ଇଟାଲୀ ବାସିନ୍ଦାଙ୍କୁ ଭାରତରୁ ଫେରିବା ବେଳେ ‘ନେଗେଟିଭ୍‌ ରିପୋର୍ଟ’କୁ ବାଧ୍ୟତାମୂଳକ କରାଯାଇଛି ।

ଏସବୁ ଥିଲେ ଇଟାଲୀବାସୀମାନଙ୍କୁ ସ୍ବଦେଶ ଗସ୍ତ ପାଇଁ ଅନୁମତି ମିଳିବ । ଏବଂ ପରେ ସେମାନଙ୍କୁ କ୍ବାରେଣ୍ଟାଇନରେ ଯିବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି । ଏତଦବ୍ୟତୀତ ଗତ ୧୪ ଦିନ ମଧ୍ୟରେ ଭାରତରୁ ଆସି ସ୍ବଦେଶରେ ପହଞ୍ଚି ସାରିଥିବା ଇଟାଲୀୟଙ୍କୁ ଅନୁରୋଧ କରାଯାଇଛି କି, ସେମାନେ ନିଜର ‘ସ୍ବାବ୍’ ପରୀକ୍ଷା କରାଇ ନିଅନ୍ତୁ ।

ABOUT THE AUTHOR

...view details