ଓଡିଶା

odisha

ETV Bharat / international

ଜୁନ୍ 15 ସୁଦ୍ଧା ଖୋଲିପାରେ ୟୁରୋପିଆନ ରାଷ୍ଟ୍ରଙ୍କ ସୀମା, ଆଶାବାଦୀ ଇଟାଲୀ - ୟୁରୋପିଆନ ରାଷ୍ଟ୍ର

ଶନିବାର ଇଟାଲୀ ଆଶା କରିଛି ଯେ ସମସ୍ତ ୟୁରୋପିଆନ ରାଷ୍ଟ୍ର ନିଜ ସୀମା ଜୁନ୍ 15 ସୁଦ୍ଧା ଖୋଲିଦେବେ । ଇଟାଲୀ ନାଗରିକଙ୍କୁ ଅନ୍ୟ ରାଷ୍ଟ୍ରଙ୍କୁ ପ୍ରବେଶ ଅନୁମତି ମିଳିବ ବୋଲି ସରକାର ଆଶା ରଖିଛନ୍ତି । ଅଧିକ ପଢନ୍ତୁ...

ଜୁନ୍ 15 ସୁଦ୍ଧା ଖୋଲିପାରେ ୟୁରୋପିଆନ ରାଷ୍ଟ୍ରଙ୍କ ସୀମା, ଆଶାବାଦୀ ଇଟାଲୀ
ଜୁନ୍ 15 ସୁଦ୍ଧା ଖୋଲିପାରେ ୟୁରୋପିଆନ ରାଷ୍ଟ୍ରଙ୍କ ସୀମା, ଆଶାବାଦୀ ଇଟାଲୀ

By

Published : Jun 6, 2020, 11:21 PM IST

ରୋମ: ସୁଧୁରୁଛି ପରିସ୍ଥିତି, ଧିରେ ଧିରେ କୋହଳ ହେଉଛି ଲକଡାଉନ । ଅନେକ ୟୁରୋପିଆନ ରାଷ୍ଟ୍ର ପରିସ୍ଥିତିରେ ସୁଧାର ଦେଖି କଟକଣା କୋହଳ କରିବାର ନିଷ୍ପତ୍ତି ନେଇଛନ୍ତି । ଅନେକ ରାଷ୍ଟ୍ର ନିଜର ଗାଇଡଲାଇନରେ ପରିବର୍ତ୍ତନ କରିବା ସହ ବିଦେଶୀ ପର୍ଯ୍ୟଟକଙ୍କୁ ଆସିବାର ଅନୁମତି ଦେଇଛନ୍ତି । କୋରୋନା ଦ୍ବାରା ସମଗ୍ର ୟୁରୋପର ଅବସ୍ଥା ଖରାପ ହୋଇଥିବାବେଳେ ଏଥିରେ ସୁଧାର ଆଣିବାର ଚେଷ୍ଟା କରୁଛନ୍ତି ୟୁରୋପିଆନ ରାଷ୍ଟ୍ର ।

ତେବେ ଶନିବାର ଇଟାଲୀ ଆଶା କରିଛି ଯେ ସମସ୍ତ ୟୁରୋପିଆନ ରାଷ୍ଟ୍ର ନିଜ ସୀମା ଜୁନ୍ 15 ସୁଦ୍ଧା ଖୋଲିଦେବେ । ଇଟାଲୀ ନାଗରିକଙ୍କୁ ଅନ୍ୟ ରାଷ୍ଟ୍ରଙ୍କୁ ପ୍ରବେଶ ଅନୁମତି ମିଳିବ ବୋଲି ସରକାର ଆଶା ରଖିଛନ୍ତି । ପୂର୍ବରୁ ଜୁନ୍ 3ରେ ଇଟାଲୀ ଅନ୍ୟ ସମସ୍ତ ୟୁରୋପିଆନ ରାଷ୍ଟ୍ରଙ୍କ ପାଇଁ ନିଜ ସୀମା ଖୋଲିଛି । ହେଲେ ଏବେ ସୁଦ୍ଧା ଇଚାଲୀ ନାଗରିକଙ୍କୁ ପ୍ରବେଶ ଅନୁମତି ଦେଇନାହାନ୍ତି ଅନ୍ୟ ପଡୋଶୀ ରାଷ୍ଟ୍ର । ଯାହାକୁ ନେଇ ଇଟାଲୀ ସରକାର ଚିନ୍ତିତ ଅଛନ୍ତି ।

ତେବେ ଜୁନ୍ 15 ସୁଦ୍ଧା ପରିସ୍ଥିତି ସୁଧୁରିଯିବ ବୋଲି ଆଶା ରଖିଛନ୍ତି । ଏହିଦିନ ମହତ୍ତ୍ବପୂର୍ଣ୍ଣ ହେବ ଏବଂ ୟୁରୋପିଆନ ରାଷ୍ଟ୍ର ଭ୍ରମଣ ଓ ବ୍ୟବସାୟ ଅନୁମତି ଦେବେ ବୋଲି କହିଛନ୍ତି ଇଟାଲୀର ବୈଦେଶିକ ମନ୍ତ୍ରୀ । ଏନେଇ ଜର୍ମାନୀ ଓ ସ୍ବିଜରଲ୍ୟାଣ୍ଡ ସଙ୍କେତ ଦେଇସାରିଛନ୍ତି । ଇଟାଲୀ ପରିସ୍ଥିତିରେ ଏବେ ଅନେକ ପରିବର୍ତ୍ତନ ହୋଇଛି । କୋରୋନା ସଂଖ୍ୟା ବହୁ ମାତ୍ରାରେ କମିବାରେ ଲାଗିଛି । ତେଣୁ ସମସ୍ତ ୟୁରୋପିଆନ ରାଷ୍ଟ୍ର ଏହି ଅନୁମତି ଦେବେ ବୋଲି ସରକାର ଆଶା ରଖିଛନ୍ତି ।

ପ୍ରକାଶ ଥାଉ କି ଇଟାଲୀରେ ଏବେ ସୁଦ୍ଧା 2 ଲକ୍ଷ 34 ହଜାର 500 କୋରୋନା ଆକ୍ରାନ୍ତ ଓ 33 ହଜାର 770 ମୃତ୍ୟୁ ସଂଖ୍ୟା ରେକର୍ଡ ହୋଇଛି । ଏଠାରେ ବିଶ୍ବର ଚତୁର୍ଥ ସର୍ବାଧିକ କୋରୋନା ମୃତ୍ୟୁ ରେକର୍ଡ ହୋଇଛି ।

ABOUT THE AUTHOR

...view details