ଓଡିଶା

odisha

ETV Bharat / international

ଇଟାଲୀର ଦାବି, କୋରୋନାକୁ ମାତ ଦେବାକୁ ଟୀକା ପ୍ରସ୍ତୁତ ! - corona virus vaccine

କୋରୋନାକୁ ମାତ ଦେବାକୁ ଆସିଲା ଟୀକା । ବିଶ୍ବର ପ୍ରଥମ ଦେଶ ଭାବେ କୋରେନା ବିରୋଧ ଟୀକା ବାହାର କରିଥିବା ଦାବି କରିଛି ଇଟାଲୀ ।

ଇଟାଲୀର ଦାବି, କୋରୋନାକୁ ମାତ ଦେବାକୁ ଟୀକା ପ୍ରସ୍ତୁତ !
ଇଟାଲୀର ଦାବି, କୋରୋନାକୁ ମାତ ଦେବାକୁ ଟୀକା ପ୍ରସ୍ତୁତ !

By

Published : May 6, 2020, 4:29 PM IST

ରୋମ: ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚୁଛି କୋରୋନା । ବିଶ୍ବବ୍ୟାପୀ ଦେଢ ଲକ୍ଷଙ୍କ ଜୀବନ ନେଲାଣି କୋଭିଡ-19 । 35 ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛି । ଦୀର୍ଘ 5 ମାସ ଧରି ସାରା ବିଶ୍ବକୁ ନାକେଦନ କରିବା ପରେ ଏବେ ଅନ୍ତ ହେବାକୁ ଯାଉଛି କୋରୋନା କୋପ । ଦୀର୍ଘ ଦିନ ପରେ ସଫଳ ହେବାକୁ ଯାଉଛି ପ୍ରୟାସ । ଆଜ୍ଞା ହଁ, କୋରୋନା ପ୍ରତିହତ କରିବାକୁ ପ୍ରସ୍ତୁତ ହୋଇସାରିଛି ଟୀକା । କୋରୋନାକୁ ମାତ ଦେବାକୁ ଟାକୀ ପ୍ରସ୍ତୁତ କରିଥିବା ଦାବି କରିଛି ଇଟାଲୀ ।

ଆରବ ନ୍ୟୁଜ ମୁତାବାକ, କୋଭିଡ-19 ବିରୋଧରେ ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ବିଶ୍ବର ପ୍ରଥମ ଦେଶ ଏବେ ଇଟାଲୀ ହେବାକୁ ଯାଉଛି । ରୋମର Spallanzani Hospitalରେ ଏହାର ସଫଳ ପରୀକ୍ଷଣ କରାଯାଇଛି । ମୂଷା ଶରୀରରେ ପରୀକ୍ଷା କରାଯାଇଥିଲା । ଯେଉଁଥିରୁ ବୌଜ୍ଞାନିକ ସଫଳତା ମିଳିଛି । ମୂଷା ଶରୀରରେ ନ୍ୟୁଟ୍ରିଲାଇଜ୍ ହୋଇପଡ଼ିଥିଲା କୋରୋନା ଭାଇରସ୍ ।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ କରୋନା ଭୂତାଣୁ ଟୀକା ଦିଆଯିବା ପରେ ମୂଷାଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି କରିଛି, ଯାହା ମାନବ କୋଷ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଟୀକା ପ୍ରସ୍ତୁତ କରୁଥିବା ସଂସ୍ଥା Takisର ସିଇଓ Luigi Aurisicchio କହିଛନ୍ତି, ନୂଆ ଟୀକା ମଣିଷ ଶରୀର ଭିତରେ ଭାଇରସକୁ ମାରିମାରିବ । ତେବେ ଖୁବଶୀଘ୍ର ମଣିଷ ଶରୀର ଦେହରେ ମଧ୍ୟ ଏହାକୁ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି । ତେବେ ଯଦି ଏହି ଟୀକା ସଫଳ କାମ କରିବେ କେବେ ସାରା ବିଶ୍ବ ଏହି ମହାମାରୀରୁ ରକ୍ଷା ପାଇଯିବ ।

ABOUT THE AUTHOR

...view details