ଓଡିଶା

odisha

ETV Bharat / international

ଇଟାଲୀ ବଦଳାଇଲା କ୍ବାରେଣ୍ଟାଇନ ନିୟମ - ଟୀକା ନେଇଥିଲେ କ୍ବାରେଣ୍ଟାଇନରେ ରହିବେନି

ଓମିକ୍ରନ୍ ବିସ୍ତାରକୁ ଦୃଷ୍ଟିରେ ରଖି ଇଟାଲୀ ଆଣ୍ଟି-କୋରୋନା ଭାଇରସ୍ ପଦକ୍ଷେପକୁ ସଂଶୋଧନ କରିଛି । କ୍ବାରେଣ୍ଟାଇନ ନିୟମ ବଦଳାଇଛି ଇଟାଲୀ । ଅଧିକ ପଢନ୍ତୁ

ଇଟାଲୀ ବଦଳାଇଲା କ୍ବାରେଣ୍ଟାଇନ ନିୟମ
ଇଟାଲୀ ବଦଳାଇଲା କ୍ବାରେଣ୍ଟାଇନ ନିୟମ

By

Published : Dec 30, 2021, 7:46 PM IST

ରୋମ:ଓମିକ୍ରନ୍ ବିସ୍ତାରକୁ ଦୃଷ୍ଟିରେ ରଖି ଇଟାଲୀ ଆଣ୍ଟି-କୋରୋନା ଭାଇରସ୍ ପଦକ୍ଷେପକୁ ସଂଶୋଧନ କରିଛି । କ୍ବାରେଣ୍ଟାଇନ ନିୟମ ବଦଳାଇଛି ଇଟାଲୀ । ୩ ଡୋଜ ଟିକା ନେଇଥିଲେ ଆଉ କ୍ବାରେଣ୍ଟାଇନରେ ରହିବେନି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ।

କୋରୋନା ଉପରେ କମିଟିର ବୈଠକ ପରେ ମନ୍ତ୍ରୀ ପରିଷଦ ଦ୍ବାରା ବୁଧବାର ଦିନ ଏହି ନୂତନ ନିୟମାବଳୀ ଗ୍ରହଣ କରାଯାଇଛି। କୋଭିଡ ରୋଗୀଙ୍କ ସହିତ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ହେବ ନାହିଁ, ଯେଉଁମାନେ 120 ଦିନ ତଳେ ଟୀକା ନେଇଥିଲେ ସେମାନେ କ୍ବାରେଣ୍ଟାଇନରେ ରହିବା ଆବଶ୍ୟକ ନାହିଁ । ଜାନୁଆରୀ 10 ରୁ ସମସ୍ତ ପ୍ରକାରର ନିୟମ ବାଧ୍ୟତାମୂଳକ ହେବ । ଅନ୍ୟ ଦେଶ ପରି ଇଟାଲୀ ବର୍ତ୍ତମାନ ଓମିକ୍ରନ୍ ଷ୍ଟ୍ରେନ୍ ସହିତ ସଂଯୁକ୍ତ କୋରୋନାଭାଇରସ୍ ର ଏକ ନୂଆ ଭାରିଏଣ୍ଟ କବଳରେ ପଡିଛି ।

@ani

ABOUT THE AUTHOR

...view details