ରୋମ: କୋରୋନା ସଂକ୍ରମଣ ରୋକିବା ପାଇଁ ଇଟାଲୀରେ ଲକ ଡାଉନ ରହିଛି । ତେବେ ବେସାହାରା ମାନଙ୍କୁ ଖାଦ୍ୟ ଦେବାକୁ ପ୍ରତିଲୋକ ଖାଦ୍ୟ ବାସ୍କେଟ ନିଜ ନିଜ ବାଲକୋନିରୁ ଦେଉଛନ୍ତି । ସେଥିରେ ପିସ୍ତା,ଟୋମାଟୋ,ଲେଗମ୍ସ ଆଦି ରହିଛି ।
ଲକ ଡାଉନ: ବାଲକୋନୀରୁ ଗରିବଙ୍କୁ ଫୁଡ ବାସ୍କେଟ ଦେଲେ ଇଟାଲୀବାସୀ - ବାଲକୋନୀରୁ ଗରିବଙ୍କୁ ଫୁଡ ବାସ୍କେଟ ଦେଲେ ଇଟାଲୀବାସୀ
ବାଲକୋନୀରୁ ଗରିବଙ୍କୁ ଫୁଡ ବାସ୍କେଟ ଦେଲେ ଇଟାଲୀବାସୀ। ଗରିବ ବାସହରାଙ୍କୁ ଯୋଗାଉଛନ୍ତି ଏମାନେ । ଅଧିକ ପଢନ୍ତୁ...

ବାଲକୋନୀରୁ ଗରିବଙ୍କୁ ଫୁଡ ବାସ୍କେଟ ଦେଲେ ଇଟାଲୀବାସୀ
ଇଟାଲୀଆନ ଲୋକେନିଜ ବାଲକୋନୀରେ ଥାଇ ଗରିବ ବାସହରାଙ୍କୁ ନିମନ୍ତ୍ରଣ କରି ଖାଦ୍ୟ ବାସ୍କେଟ ଦେଉଛନ୍ତି । ତେବେ ଏହାର କିଛି ଫଟୋ ଜଣେ ବ୍ୟକ୍ତି ଟ୍ବିଟରରେ ସେୟାର କରିଛନ୍ତି । ଆଞ୍ଜେଲିଓ ପିକୋନି ନାମକ ଜଣେ ବ୍ୟକ୍ତି ପ୍ରଥମେ ଏହାକୁ ଆରମ୍ଭ କରିଥିଲେ । ଏହାପରେ ତାଙ୍କ ପଡୋଶୀ ଏବଂ ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକେ ମଧ୍ୟ ଏହାକୁ ଆପଣାଇ ଗରିବଙ୍କ ଉଦ୍ଦେଶ୍ୟରେ ଖାଦ୍ୟ ରଖୁଛନ୍ତି । କୋରୋନା କୋପରେ ବର୍ତ୍ତମାନ ସୁଦ୍ଧା ଇଟାଲୀରେ ପ୍ରାୟ 13ହଜାର ଲୋକଙ୍କ ମୃତ୍ୟୁ ଘଟିଛି । ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ ପାର ହେଲାଣି।