ଜେନିଭା: ଚୀନରୁ ପ୍ରାରମ୍ଭ ହୋଇଥିବା କୁହାଯାଉଥିବା କୋରୋନା ସଂକ୍ରମଣକୁ ନେଇ ଅନ୍ତର୍ଜାତୀୟସ୍ତରରେ ଆରମ୍ଭ ହୋଇଛି ବିଭିନ୍ନ ଅନୁସନ୍ଧାନ ଓ ଗବେଷଣା । ବିଭିନ୍ନ ବଡ ବଡ ସଂଗଠନ ଏକତ୍ରିତ ହୋଇ ଏହା କିପରି ଆରମ୍ଭ ହୋଇଥିଲା ତାହାର ସନ୍ଧାନ ଆରମ୍ଭ କରିଛନ୍ତି । ଏପରି ସମୟରେ କିଛି ପଶୁଙ୍କ ଦେହରେ ମଧ୍ୟ ଏହାର ଲକ୍ଷଣ ଦେଖାଦେଇଥିବା ବେଳେ ଏବେ ପଶୁଙ୍କ ଦେହରୁ କୋରୋନାର ସୃଷ୍ଟି କି ନାହିଁ ସେନେଇ ଦେଖାଦେଇଛି ପ୍ରଶ୍ନବାଚୀ ।
କୋରୋନା ପ୍ରାଦୁର୍ଭାବ ଅନୁସନ୍ଧାନ: ଚୀନର ନିମନ୍ତ୍ରଣକୁ WHOର ଅପେକ୍ଷା - ଚୀନର କୋରୋନା ଅନୁସନ୍ଧାନ
ଚୀନରେ ପ୍ରାଦୁର୍ଭାବ ହୋଇଥିବା କୁହାଯାଉଥିବା କୋରୋନା ସଂକ୍ରମଣକୁ ନେଇ ଅନ୍ତର୍ଜାତୀୟସ୍ତରରେ ଆରମ୍ଭ ହୋଇଛି ବିଭିନ୍ନ ଅନୁସନ୍ଧାନ ଓ ଗବେଷଣା । ଏପରି ସମୟରେ କିଛି ପଶୁଙ୍କ ଦେହରେ ମଧ୍ୟ ଏହାର ଲକ୍ଷଣ ଦେଖାଦେଇଥିବା ବେଳେ ଏବେ ପଶୁଙ୍କ ଦେହରୁ କୋରୋନାର ସୃଷ୍ଟି କି ନାହିଁ ସେନେଇ ଦେଖାଦେଇଛି ପ୍ରଶ୍ନବାଚୀ । ଅଧିକ ପଢ଼ନ୍ତୁ...
![କୋରୋନା ପ୍ରାଦୁର୍ଭାବ ଅନୁସନ୍ଧାନ: ଚୀନର ନିମନ୍ତ୍ରଣକୁ WHOର ଅପେକ୍ଷା investigation on animal origin of corona, origin of coronavirus, corona in animals, corona investigation of china, who, କୋରୋନା ପ୍ରାଦୁର୍ଭାବ ଅନୁସନ୍ଧାନ, କୋରୋନା ସଂକ୍ରମଣର ସୃଷ୍ଟି, ପଶୁଙ୍କଠାରେ କୋରୋନା, ଚୀନର କୋରୋନା ଅନୁସନ୍ଧାନ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ](https://etvbharatimages.akamaized.net/etvbharat/prod-images/768-512-7020975-157-7020975-1588341527162.jpg)
ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଚୀନ ଆରମ୍ଭ କରିଛି ପ୍ରସ୍ତୁତି । କିଛି ଅନ୍ତର୍ଜାତୀୟ ଫୋରମ ସହ ମିଶି ଏନେଇ ଗଭୀର ଅନୁସନ୍ଧାନ କରିବା ପାଇଁ ପ୍ରସ୍ତୁତ ରହିଛି ଚୀନ । ସେପଟେ ଏହି ଅନୁସନ୍ଧାନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO) । ଏନେଇ ମତ ପ୍ରକାଶ କରି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମୁଖପାତ୍ର ତାରିକ ଜାସାରେଭିକ କହିଛନ୍ତି କି ଅନ୍ତର୍ଜାତୀୟ ପାର୍ଟନରଙ୍କ ସହ ସଂସ୍ଥା କାମ କରିବାକୁ ଇଚ୍ଛୁକ ।
ପ୍ରାରମ୍ଭିକ ସମୟରେ କୋରୋନା ବାଦୁଡିଙ୍କଠାରୁ ସୃଷ୍ଟି ହୋଇଥିବା ଶୁଣିବାକୁ ମିଳିଥିବା ବେଳେ ଏହା କେତେ ସତ କେତେ ମିଛ ତାହା ଜାଣିବା ଅତି ଜରୁରୀ ହୋଇ ପଡିଛି । ତେଣୁ ଚୀନ ଦ୍ବାରା ଆରମ୍ଭ ହେବାକୁ ଥିବା ଏହି ଅନୁସନ୍ଧାନରେ ଚୀନ ସରକାରଙ୍କ ପକ୍ଷରୁ ସଂସ୍ଥା ଆମନ୍ତ୍ରଣର ଅପେକ୍ଷାରେ ରହିଛି ।