ଓଡିଶା

odisha

ETV Bharat / international

ଭାରତ-ଚୀନ ସମ୍ପର୍କରେ ବିରାଟ ସମ୍ଭାବନା ରହିଛି: ଜୟଶଙ୍କର - jaishankar

ଚୀନ ସହିତ ଭାରତର ସମ୍ପର୍କ ଏକ ବିରାଟ ସମ୍ଭାବନା ଓ ଉଲ୍ଲେଖନୀୟ ଆହ୍ବାନ ରହିଛି ବୋଲି ଗୁରୁବାର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି । ଅଧିକ ପଢନ୍ତୁ...

ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର
ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର

By

Published : May 7, 2021, 7:35 AM IST

ଲଣ୍ଡନ: ଚୀନ ସହିତ ଭାରତର ସମ୍ପର୍କ ଏକ ବିରାଟ ସମ୍ଭାବନା ଓ ଉଲ୍ଲେଖନୀୟ ଆହ୍ବାନ ରହିଛି ବୋଲି ଗୁରୁବାର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି । ଯଦି ଏହି ସମ୍ପର୍କ ଚିନ୍ତାମୁକ୍ତ ତେବେ ସମ୍ପର୍କର ବିକାଶ ହେବ ବୋଲି କହିଛନ୍ତି ଏସ.ଜୟ ଶଙ୍କର ।

ଲଣ୍ଡନରେ 'ପଲିସି ଏକ୍ସଚେଞ୍ଜ' କାର୍ଯ୍ୟକ୍ରମରେ ଯୋଗ ଦେଇ ଏସ. ଜୟଶଙ୍କର କହିଛନ୍ତି ଭାରତ ସହିତ ଆମ ସମ୍ପର୍କ ଏକ ବିରାଟ ସମ୍ଭାବନା ସହିତ ଉଲ୍ଲେଖନୀୟ ଆହ୍ବାନ ରହିଛି । ମୁଁ ଭୟ କରୁଛି କିଛି ଚ୍ୟାଲେଞ୍ଜ ବର୍ତ୍ତମାନ ପ୍ରଦର୍ଶିତ ଦେଉଛି । ସମ୍ପର୍କର ବିକାଶ ହେବା ସ୍ବାଭାବିକ ଯଦି ସେସେବୁ ଚିନ୍ତାମୁକ୍ତ ହେବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ।

ସେ ଦର୍ଶାଇଛନ୍ତି ଯେ ଏହି ସମୟରେ ଭାରତର ସୀମାନ୍ତବର୍ତ୍ତୀ ଅଞ୍ଚଳ ନିକଟରେ ଚୀନ୍‌ର ଏକ ବୃହତ ସାମରିକ ଜନସମାଗମ, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇଛି । ମୁଁ ଯେପରି କହିଛି ଯେ ସମ୍ଭାବନା ଅଛି କିନ୍ତୁ ସେହି ସମ୍ଭାବନାଗୁଡିକ ହାସଲ ହେବା ସତ୍ତ୍ବେ ଏହା କରିବାକୁ ହେବ। ଏବି କେବଳ ସମ୍ଭବ ପରସ୍ପର ସମ୍ମାନରେ ।

ବୁଧବାର ଗ୍ଲୋବାଲ୍ ଡାୟଲଗ୍ ସିରିଜ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଚୀନ୍ ସହ ଭାରତର ସମ୍ପର୍କ ଅତ୍ୟନ୍ତ କଷ୍ଟସାଧ୍ୟ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ଭଲ ସମ୍ପର୍କ ପାଇଁ ଶାନ୍ତି ଅତ୍ୟନ୍ତ ଜରୁରୀ ବୋଲି ବେଜିଂକୁ ନୂଆଦିଲ୍ଲୀ ସ୍ପଷ୍ଟ କରିଛି ବୋଲି କହିଛନ୍ତି ଜୟ ଶଙ୍କର । ଆମ ସମ୍ପର୍କର ବିକାଶ ପାଇଁ ସୀମାରେ ଶାନ୍ତିର ଏକାନ୍ତ ଆବଶ୍ୟକତା ରହିଛି । ସୀମାରେ କଳହ, ରକ୍ତପାତ, ଭୟ ଦୁଇ ଦେଶ ମଧ୍ୟରେ କେବେ ବି ସୁସମ୍ପର୍କ ସ୍ଥାପନ ହୋଇପାରିବ ନାହିଁ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ।

@ANI

ABOUT THE AUTHOR

...view details