ଓଡିଶା

odisha

ETV Bharat / international

Advisory For Indians: ଆତଙ୍କିତ ନହେବାକୁ ପରାମର୍ଶ ଦେଲା ଭାରତ ଦୂତାବାସ - ଯୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସତର୍କ ସୂଚନା

ୟୁକ୍ରେନ ଓ ଋଷ ମଧ୍ୟରେ ଆରମ୍ଭ ହୋଇଯାଇଛି ଘମାସନ ଲଢେଇ । ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆତଙ୍କିତ ନହେବାକୁ ଭାରତୀୟ ଦୂତାବାସ ପକ୍ଷରୁ ସତର୍କ ସୂଚନା । ଅଧିକ ପଢନ୍ତୁ

ୟୁକ୍ରେନରେ ଫସିଥିବା ଭାରତୀଙ୍କୁ ସତର୍କ ସୂଚନା
ୟୁକ୍ରେନରେ ଫସିଥିବା ଭାରତୀଙ୍କୁ ସତର୍କ ସୂଚନା

By

Published : Feb 24, 2022, 2:08 PM IST

Updated : Feb 24, 2022, 2:16 PM IST

ମସ୍କୋ: ୟୁକ୍ରେନ ଓ ଋଷ ମଧ୍ୟରେ ଆରମ୍ଭ ହୋଇଯାଇଛି ଘମାସନ ଲଢେଇ । ଅଣାୟତ୍ତ ହେଲାଣି ୟୁକ୍ରେନ ସ୍ଥିତି । ଏହାରି ମଧ୍ୟରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ନେଇ ଚିନ୍ତା ବଢିଛି । ୟୁକ୍ରେନରେ ଥିବା ଭାରତୀୟଙ୍କୁ ଆତଙ୍କିତ ନହୋଇ ନିଜକୁ ସୁରକ୍ଷିତ ରଖିବାକୁ କିଭରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଦେଶର ନାଗରିକଙ୍କୁ ସତର୍କ ସୂଚନା ଜାରି କରାଯାଇଛି ।

ୟୁକ୍ରନରେ ଥିବା ସମସ୍ତ ଭାରତୀୟଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି । ଜାରି ହୋଇଥିବା ସତର୍କ ସୂଚନାରେ କୁହାଯାଇଛି ଯେ ୟୁକ୍ରେନର ସ୍ଥିତି ଏବେ ଉତ୍ତେଜନା ପୂର୍ଣ୍ଣ ରହିଛି । ଯିଏ ଯେଉଁଠି ବି ରହିଛନ୍ତି ସେହିଠାରେ ସୁରକ୍ଷିତ ହୋଇ ରୁହନ୍ତୁ । ଘରେ, ହୋଟେଲ ଏବେ ଯେକୌଣସିବି ସ୍ଥାନରେ ରହିଛି ସୁରକ୍ଷିତ ହୋଇ ରୁହନ୍ତୁ, କିନ୍ତୁ ଆତଙ୍କିତ ନହେବାକୁ ଦୂତାବାସ ପକ୍ଷରୁ କୁହାଯାଇଛି ।

ଯେଉଁମାନେ କିଭ୍‌ ଆସୁଛନ୍ତି, ସେମାନେ କିଭ ନଆସି ଫେରି ଯାଆନ୍ତୁ । ପଶ୍ଚିମ ଦେଶ ସୀମାନ୍ତରେ ଥିବା ସୁରକ୍ଷିତ ସ୍ଥାନକୁ ସେମାନେ ଫେରିଯିବା ଦରକାର ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି । ଏନେଇ ଆଗକୁ ମଧ୍ୟ ସୂଚନା ପ୍ରଦାନ କରାଯିବା ନେଇ ଦୂତାବାସ ପକ୍ଷରୁ କୁହାଯାଇଛି ।

Last Updated : Feb 24, 2022, 2:16 PM IST

ABOUT THE AUTHOR

...view details