ନୂଆଦିଲ୍ଲୀ: ଭାରତୀୟ ଯାତ୍ରୀଙ୍କ ପାଇଁ କଟକଣା କୋହଳ କଲାନି ଇଂଲଣ୍ଡ । ଭାରତରୁ ଇଂଲଣ୍ଡ ଆସିଲେ କ୍ବାରେଣ୍ଟାଇନ ବାଧ୍ୟତାମୂଳକ ବୋଲି ସ୍ପଷ୍ଟ କଲେ ସରକାର । କେତେକ କାରଣ ଦର୍ଶାଇ ବ୍ରିଟେନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
କୋଭିସିଲ୍ଡର ୨ଟି ଡୋଜ୍ ଟିକା ନେଇଥିଲେ ମଧ୍ୟ ଭାରତୀୟଙ୍କୁ କ୍ବାରେଣ୍ଟାଇନ ବାଧ୍ୟତାମୂଳକ ବୋଲି ବ୍ରିଟିସ ହାଇ କମିଶନର ଆଲେକ୍ସ ଏଲିସ କହିଛନ୍ତି । ଏଥିସହ RT-PCR ଟେଷ୍ଟ ମଧ୍ୟ କରାଇବାକୁ ପଡିବ । ଏହାକୁ ନେଇ ଲାଗିଥିବା ବିବାଦର ଅନ୍ତଘଟାଇ ଆଲେକ୍ସ କହିଛନ୍ତି ଯେ, କୋଭିସିଲ୍ଡ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ ହୋଇଥିବାରୁ ବାରଣ କରାଯାଉଛି ବୋଲି କହିବା ସମ୍ପୂର୍ଣ୍ଣ ଭୁଲ୍ ଏହା 'ପ୍ରାସଙ୍ଗିକ ନୁହେଁ' ।