ଜୀବନରେ ମଣିଷ ବାନ୍ଧି ପାରୁଥିବା ଏକ ପବିତ୍ର ବନ୍ଧନ ହେଉଛି ବିବାହ । ବିଶ୍ବର କୋଣ ଅନୁକୋଣରେ ଏହାକୁ ନେଇ ରହିଛି ବିଭିନ୍ନ ପରମ୍ପରା । କେଉଁଠି ରହିଛି ଆରେଞ୍ଜ ମ୍ୟାରେଜର ପରମ୍ପରା ତ କେଉଁଠି ରହିଚି ଲଭ୍ ମ୍ୟାରେଜର ପରମ୍ପରା । ଏପରିକି ଗୋଟିଏ ସହରରେ ଥାଇ ମଧ୍ୟ ବିଭିନ୍ନ ସମ୍ପ୍ରଦାୟର ରହିଥାଏ ବିଭିନ୍ନ ବିବାହ ପ୍ରଥା । ହେଲେ କେବେ ମୃତ ବ୍ୟକ୍ତିଙ୍କୁ ବିବାହର ପ୍ରଥା ନେଇ ଆପଣ ଶୁଣିଛନ୍ତି କି ? ଶୁଣିବାକୁ ଖୁବ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଫ୍ରାନ୍ସରେ ରହିଛି ଏପରି ଏକ ନିଆରା ପରମ୍ପରା । ଯାହା ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଛି ।
ବିବାହର ନିଆରା ପରମ୍ପରା, ଜୀବିତ ନୁହେଁ ମୃତ ବ୍ୟକ୍ତିଙ୍କୁ ବଛାଯାଏ ଜୀବନ ସାଥୀ - ବିବାହ
କେବେ ମୃତ ବ୍ୟକ୍ତିଙ୍କୁ ବିବାହର ପ୍ରଥା ନେଇ ଆପଣ ଶୁଣିଛନ୍ତି କି ? ଶୁଣିବାକୁ ଖୁବ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଫ୍ରାନ୍ସରେ ରହିଛି ଏପରି ଏକ ନିଆରା ପରମ୍ପରା । ଯାହା ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଛି । ଅଧିକ ପଢନ୍ତୁ...
ବିବାହର ନିଆରା ପରମ୍ପରା, ଜୀବିତ ନୁହେଁ ମୃତ ବ୍ୟକ୍ତିଙ୍କୁ ବଛାଯାଏ ଜୀବନ ସାଥୀ
ଏହି ନିଆରା ପ୍ରଥାଟିର ନାମ ରହିଛି ପୋସ୍ଥୁମସ୍ ମ୍ୟାରେଜ । ଫ୍ରାନ୍ସରେ ଏନେଇ ସ୍ବତନ୍ତ୍ର ନିୟମ କାନୁନ ମଧ୍ୟ ରହିଛି । ତେବେ ଆଇନ ଅନୁଯାୟୀ ଏପରି ବିବାହକୁ ସେତେବେଳେ ଅନୁମତି ମିଳିବ ଯେବେ ମୃତ ବ୍ୟକ୍ତି ଜଣଙ୍କ ନିଜ ପାର୍ଟନର ବା ସାଥୀଙ୍କୁ ବିବାହ କରିବାର ଇଚ୍ଛା ରଖିବାର କୌଣସି ପ୍ରମାଣ ଥିବ । ସେମାନେ ଜୀବିତ ଥିବା ସମୟରେ ଯଦି ବିବାହର କୌଣସି ପ୍ରତିଶୃତି ଦେଇଥିବେ କିମ୍ବା ଲିଖିତ ଆକାରରେ କିଛି ଚୁକ୍ତି କରିଥିବେ ତାହାକୁ ପ୍ରମାଣ ଆକାରରେ ଦେଖାଯାଇପାରିବ ବୋଲି ରହିଛି ନିୟମ ।
- ଇତିହାସ କୁହେ ଉନବିଂଶ ଶତାବ୍ଦୀର ପ୍ରାରମ୍ଭିକ ସମୟରେ ଏହି ପ୍ରଥା ଆରମ୍ଭ ହୋଇଥିଲା । ନାପୋଲେଓନିକ କୋଡର ଆରମ୍ଭ ଏହି ପ୍ରଥାର ଆରମ୍ଭ ବୋଲି କୁହାଯାଏ ।
- ମୁଖ୍ୟତଃ ପ୍ରଥମ ବିଶ୍ବଯୁଦ୍ଧର ପୂର୍ବରୁ ଓ ପରେ ଏହାର ପ୍ରଚଳନ ରହିଥିଲା । ଏହା ପଛରେ ଉଦ୍ଦେଶ୍ୟ ଥିଲା ଯୁଦ୍ଧରେ ପ୍ରାଣ ହରାଇଥିବା ଯୋଦ୍ଧାଙ୍କ ପିଲାମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଯାଇ ସେମାନଙ୍କ ବିଧବା ସ୍ତ୍ରୀଙ୍କର ଯୋଦ୍ଧାଙ୍କର ମର ଶରୀର ସହ ବିବାହ କରାଇ ରଖିବା ।
- 1950 ମସିହାରେ ଫ୍ରେଜୋସରେ ଏକ ଡ୍ୟାମ ଭାଙ୍ଗି 400 ଜଣଙ୍କର ମୃତ୍ୟୁ ହେବା ପରେ ଜଣେ ମହିଳା ଇରିନେ ଜୋଡାର୍ଟ ନିଜ ମୃତ ପ୍ରେମିକ ଆଣ୍ଡ୍ରେ କାପ୍ରାଙ୍କ ସହ ବିବାହ ଅନୁମତି ପାଇଁ ତତ୍କାଳୀନ ରାଷ୍ଟ୍ରପତି ଚାର୍ଲ୍ସ ଡେ ଗୌଲେଙ୍କୁ ନିବେଦନ କରିଥିଲେ । ରାଷ୍ଟ୍ରପତିଙ୍କ ଅନୁମତିକ୍ରମେ ତାଙ୍କୁ ଏହି ବିବାହ ପାଇଁ ଗ୍ରୀନ ସିଗନାଲ ମିଳିଥିଲା । ପରେ ପରେ ଏହାକୁ ନୂଆ ଆଇନରେ ପରିଣତ କରାଯାଇଥିଲା ।
- ତେବେ ମୃତ ବ୍ୟକ୍ତିଙ୍କୁ ବିବାହର ପ୍ରକ୍ରିୟାକୁ ନେକ୍ରୋଗାମି ବୋଲି କୁହାଯାଏ । ଯାହା ପାଇଁ କେବଳ ଫ୍ରାନ୍ସରେ ଅନୁମତି ରହିଛି । ଏଥିପାଇଁ ଫ୍ରାନ୍ସରେ ଧାରା 171 ଅନୁଯାୟୀ ବିଧିବଦ୍ଧ ଆଇନ ମଧ୍ୟ ରହିଛି ।
- ମୃତ ବ୍ୟକ୍ତିଙ୍କୁ ବିବାହ ପାଇଁ ପ୍ରତିବର୍ଷ ଫ୍ରାନ୍ସରେ ପ୍ରାୟ 50ଟି ଆବେଦନ ଆସିଥାଏ । ବର୍ତ୍ତମାନ ସମୟରେ ଏହାର ଯଥାର୍ଥତା ଧିରେ ଧିରେ କମିବାରେ ଲାଗିଥିବା ବେଳେ ଏହା ଏବେ କେବଳ ବଂଶ ପରମ୍ପରା ବଜାୟ ରଖିବା ପାଇଁ ଜାରି ରହିଛି ।
- ଏହି ବିବାହ ପାଇଁ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ଆବେଦନ ପତ୍ର ପଠାଇବାକୁ ପଡିଥାଏ । ପରେ ଆବେଦନ ପତ୍ର ନ୍ୟାୟିକ ମନ୍ତ୍ରଣାଳୟକୁ ପଠାଇ ଦିଆଯାଏ । ସେଠାରୁ ବିବାହ ପାଇଁ ଆବେଦନ କରିଥିବା ଜୀବିତ ବ୍ୟକ୍ତିଙ୍କ ଜିଲ୍ଲା ଅଦାଲତର ଓକିଲଙ୍କୁ ଏହା ଫରୱାର୍ଡ କରାଯାଏ । ସମସ୍ତ ଭେରିଫିକେସନ ପରେ ଓକିଲ ଏହି ଆବେଦନ ପତ୍ରକୁ ଅନ୍ତିମ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ପୁଣି ପଠାଇ ଦିଅନ୍ତି ।
- ତେବେ ପ୍ରାୟ 25 ପ୍ରତିଶତ ଆବେଦନ ପ୍ରତିବର୍ଷ ଖାରଜ ହୋଇଥାଏ ।
- ଏହି ପ୍ରକ୍ରିୟାରେ ମହିଳା ଜଣଙ୍କ ନିଜ ମୃତ ପାର୍ଟନରଙ୍କ ଫଟୋ ପାଖରେ ଛିଡା ହୋଇ ବିବାହ ରୀତି ନୀତି ସମ୍ପନ୍ନ କରନ୍ତି । ଏଥିରେ ବିବାହ କରାଉଥିବା ମେୟର ବିବାହ ପ୍ରତିଶୃତି ବଦଳରେ ରାଷ୍ଟ୍ରପତିଙ୍କ ଅନୁମତି ପତ୍ର ପଢନ୍ତି ।
- କେବଳ ଫ୍ରାନ୍ସ ନୁହେଁ, ବିଶ୍ବର ଅନ୍ୟ କେତେକ ସ୍ଥାନରେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଏହି ପ୍ରଥାର ପାଳନ କରନ୍ତି ।