ନୂଆଦିଲ୍ଲୀ: ଲୋହିତ ସାଗର ଓ ଭୂମଧ୍ୟ ସାଗରକୁ ସଂଯୋଗ କରୁଥିବା ସ୍ବେଜ କେନାଲରେ ଦୀର୍ଘ 6 ଦିନରୁ ଫିସିଥିବା ବିଶାଲ କାର୍ଗୋ ଜାହାଜ ଶେଷରେ ଚାଲିଛି । ଏହି କାର୍ଗୋ ଜାହାଜ ବିଶ୍ବର ସବୁଠୁ ବଡ ମାଲବାହୀ କଣ୍ଟେନର ଜାହାଜ ମଧ୍ୟରୁ ଗୋଟିଏ । 'EVERGREEN' ନାଁରେ ଏହି ଜାହାଜ ଏସିଆ ଓ ୟୁରୋପ ମଧ୍ୟରେ ଚାଲିଥାଏ ।
ଅନେକ ପରିଶ୍ରମ ପରେ ଏହି କଣ୍ଟେନର ଜାହାଜକୁ ଷ୍ଟାର୍ଟ କରାଯାଇଛି । ଏନେଇ ଇଞ୍ଚ କେପ ସିପିଙ୍ଗ୍ ସର୍ଭିସେଜ ପକ୍ଷରୁ ଏହାର ସୂଚନା ଦିଆଯାଇଛି । ସ୍ବେଜ କେନାଲ ପ୍ରାଧିକରଣ ଏହା ପୂର୍ବରୁ ସୂଚନା ଦେଇଥିଲା ଯେ ବିସାଳକାୟ କଣ୍ଟେନର ଜାହାଜକୁ ଆଂଶିକରୂପେ ବାହାର କରାଯାଇଛି ।
ବିଶାଳକାୟ ଜାହାଜ ଫସିବା ଯୋଗୁଁ ଭାରତୀୟ ବାଣିଜ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଥିଲା । ଏହି ସଙ୍କଟ ସହ ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ସରକାର । ଅନ୍ୟ ଦେଶରୁ ଆମଦାନୀ ରପ୍ତାନୀରେ ଲାଗିଥିବା ଭାରତୀୟ ମାଲବାହୀ ଜାହାଜକୁ ସ୍ବେଜ କେନାଲ ଦେଇ ଯିବା ପରିବର୍ତ୍ତେ କେପ ଅଫ ଗୁଡ ହୋପ ଦେଇ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।