ବର୍ଲିନ: କ୍ବାରେଣ୍ଟିନକୁ ଗଲେ ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମାର୍କେଲ । ଜର୍ମାନୀ ଚାନ୍ସେଲରଙ୍କୁ ଭେଟିଥିବା ଡାକ୍ତରଙ୍କ ଠାରେ କରୋନା ଭାଇରସ ଚିହ୍ନଟ ହେବା ପରେ ଆଞ୍ଜେଲା ମାର୍କେଲ ସେଲ୍ଫ କ୍ବାରାଣ୍ଟିନକୁ ଚାଲି ଯାଇଛନ୍ତି ।
ଚାନ୍ସେଲର ମାର୍କେଲଙ୍କ ମୁଖପାତ୍ର ଷ୍ଟିଫେନ୍ ଷ୍ଟ୍ବାର୍ଟ କହିଛନ୍ତି ଯେ, କୋରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ଗତ ରବିବାର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ଚାନସେଲର ଆଞ୍ଜେଲା ମାର୍କେଲଙ୍କୁ ଡାକ୍ତରଙ୍କ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଫଳରେ ଆଞ୍ଜେଲା ମାର୍କେଲ କ୍ବାରେଣ୍ଟିନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।