ପ୍ୟାରିସ: କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । କୋଭିଡ ଲକ୍ଷଣ ଦେଖାଯିବା ପରେ ମାକ୍ରୋନ ପରୀକ୍ଷା କରାଇଥିଲେ । ତେବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ସଂକ୍ରମିତ ଚିହ୍ନଟ ପରେ ମାକ୍ରୋନ ନିଜକୁ ହୋମ ଆଇସୋଲେସନରେ ରଖିଛନ୍ତି । ତେବେ ଗତ କିଛି ଦିନରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେଟ କରାଯାଉଛି ।
ମହାମାରୀ କୋରୋନାରେ ଆକ୍ରାନ୍ତ ହେଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ - ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ
କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ 7 ଦିନ ପାଇଁ ଆଇସୋଲେଟ କରାଯାଇଛି । ଅଧିକ ପଢନ୍ତୁ...
42 ବର୍ଷୀୟ ମାକ୍ରୋନଙ୍କର କୋଭିଡ ଲକ୍ଷଣ ରହିଥିଲା । ତେବେ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ 7 ଦିନ ପାଇଁ ଆଇସୋଲେଟ କରାଯାଇଛି । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ମାକ୍ରୋନ ଏବେ ବି କାର୍ଯ୍ୟଭାର ସମ୍ଭାଳୁଛନ୍ତି । ସେ ଆଇସୋଲେଟରେ ରହି ମଧ୍ୟ କାମ ଜାରି ରଖିବେ ।
ସେପଟେ ଫ୍ରାନ୍ସରେ କ୍ରମାଗତ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ କରାଯାଇଛି । ପଜିଟିଭ ଚିହ୍ନଟ ପରେ ଫ୍ରାନ୍ସ ରାଷ୍ଟ୍ରପତି ନିଜର ଆଗାମୀ ସମସ୍ତ ଗସ୍ତ ରଦ୍ଦ କରିଦେଇଛନ୍ତି । ଏଥିରେ ତାଙ୍କର ଲେବାନନ ଗସ୍ତ ମଧ୍ୟ ସାମିଲ ରହିଥିଲା । ସବୁଠୁ ବଡ କଥା ହେଉଛି ମାକ୍ରୋନ ବୁଧବାର ପର୍ତ୍ତୃଗାଲ ପ୍ରଧାନମନ୍ତ୍ରୀ ଏଣ୍ଟୋନିୟୋ କୋଷ୍ଟାଙ୍କ ସହ ସାକ୍ଷାତ କରିଥିଲେ ।