ଓଡିଶା

odisha

ETV Bharat / international

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ପ୍ରଦର୍ଶନକାରୀଙ୍କ ଅଣ୍ଡାମାଡ, ଆଲୋଚନା ପାଇଁ ଆହ୍ବାନ ଦେଲେ ଇମାନୁଏଲ

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଅଣ୍ଡାମାଡ କଲେ ପ୍ରଦର୍ଶନକାରୀ । କ୍ରୋଧିତ ହେବା ପରିବର୍ତ୍ତେ ଆଲୋଚନା ପାଇଁ ଆଗ୍ରହ ଦେଖାଇଲେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ଅଧିକ ପଢନ୍ତୁ...

By

Published : Sep 28, 2021, 6:20 AM IST

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ପ୍ରଦର୍ଶନକାରୀଙ୍କ ଅଣ୍ଡା ମାଡ
ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ପ୍ରଦର୍ଶନକାରୀଙ୍କ ଅଣ୍ଡା ମାଡ

ପ୍ୟାରିସ: ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଅଣ୍ଡା ମାଡ। ଫ୍ରାନ୍ସର ଲିଓନ ସହରରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବାବାଳେ ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଉପରେ ଅଣ୍ଡାମାଡ କରିବା ସହ ଇନକ୍ଲାବ ଜିନ୍ଦାବାଦ ନାରା ଦେଇଥିବା ଦେଖିବାକୁ ମିଳିଥିଲା।

ଲିଓନ ସହରରେ ପାରମ୍ପାରିକ ଫ୍ରାନ୍ସ ଭୋଜନ କଳାକୁ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ।ଏହି ସମୟରେ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା । ପରେ ବିକ୍ଷୋଭକାରୀମାନେ ଉତ୍ତେଜିତ ହୋଇ ତାଙ୍କ ଉପରକୁ ଅଣ୍ଡା ଫିଙ୍ଗିଥିଲେ ।

ପ୍ରଦର୍ଶନ ଜାରି ରହିଥିବା ସତ୍ତ୍ବେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ନିଜ ସମର୍ଥକଙ୍କ ଅଭିବାଦନ ଗ୍ରହଣ କରୁଥିଲେ। ଏହି ସମୟରେ ପ୍ରଦର୍ଶନକାରୀଙ୍କ ପକ୍ଷରୁ ଏକ ଅଣ୍ଡା ଆସି ତାଙ୍କ ଉପରେ ମାଡ ହୋଇଥିଲା । ଅଣ୍ଡାଟି ତାଙ୍କ କାନ୍ଧରେ ବାଜିଥିଲା। ତେବେ ଏପରି ଘଟଣା ପରେ ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀମାନେ ଆକ୍ସନ ମୋଡକୁ ଆସିଥିଲେ। ରାଷ୍ଟ୍ରପତିଙ୍କୁ ତୁରନ୍ତ ସୁରକ୍ଷାକର୍ମୀମାନେ ସୁରକ୍ଷିତ ସ୍ଥାନକୁ ନେଇଥିବା ଦେଖିବାକୁ ମିଳିଥିଲା।

ତେବେ ଅଣ୍ଡା ଫିଙ୍ଗିଥିବା ପ୍ରଦର୍ଶନକାରୀକୁ ଚିହ୍ନଟ କରାଯିବା ତୁରନ୍ତ କାବୁ ମଧ୍ୟ କରାଯାଇଥିଲା। ତେବେ ରାଷ୍ଟ୍ରପତି ଇମାନୁଏଲ କ୍ରୋଧିତ ହେବା ପରିବର୍ତ୍ତେ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବା ପାଇଁ ଆଗ୍ରହ ଦେଖାଇଥିଲେ। ତୁରନ୍ତ ସେ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବା ପାଇଁ ନିଜ ମଧ୍ୟ ଅଧିକାରୀଙ୍କୁ ପ୍ରସ୍ତାବ ଦେଇଥିବା ଦେଖାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details