ପ୍ୟାରିସ: ବିଶ୍ବରେ ଏବେ ବି ଜାରି ରହିଛି କୋରୋନା ପ୍ରକୋପ । ଅନେକ ଦେଶର କୋରୋନା ପ୍ରକୋପ କମିଥିବା ବେଳେ ଆଉ କେତେକ ଦେଶରେ ଏବେ ବି କୋଭିଡ଼ ସଂକ୍ରମଣ ବଢିଚାଲିଛି । ଯାହାକୁ ନେଇ ଅନେକ ଦେଶ ଏବେ ଚିନ୍ତାରେ ଅଛନ୍ତି । ଏପରିକି କିଛି ଦେଶରେ କୋରୋନା ସଂକ୍ରମଣର ୨ୟ ଲହରୀ ଆସିଥିବାର ଦେଖିବାକୁ ମିଳିଛି। ୟୁରୋପରେ କୋରୋନା ଭାଇରସର ଦ୍ବିତୀୟ ତରଙ୍ଗ ଦେଖା ଦେଇଛି । ବିଶେଷ କରି ଫ୍ରାନ୍ସରେ କୋରୋନା ଭାଇରସର ବୃଦ୍ଧି ସେଠାକାର ସରକାରଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି କାରଣରୁ ଫ୍ରାନ୍ସରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ରାଜଧାନୀ ପ୍ୟାରିସ୍ ସମେତ ନଅଟି ସହରରେ କର୍ଫ୍ୟୁ ଲାଗୁ କରିଛନ୍ତି ଯାହା ଦେଶରେ ବଢୁଥିବା କୋରୋନା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବ ।
ଫ୍ରାନ୍ସର 9ଟି ସହରରେ ନାଇଟ କର୍ଫ୍ୟୁ ଘୋଷଣା - ୟୁରୋପ
ୟୁରୋପରେ ଦେଖା ଦେଇଛି କୋରୋନାର ଦ୍ବିତୀୟ ତରଙ୍ଗ । ଏହି କାରଣରୁ ଫ୍ରାନ୍ସରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ରାଜଧାନୀ ପ୍ୟାରିସ ସମେତ ନଅଟି ସହରରେ କର୍ଫ୍ୟୁ ଲାଗୁ କରିଛନ୍ତି ଯାହା ଦେଶରେ ବଢୁଥିବା କୋରୋନା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବ । ଅଧିକ ପଢନ୍ତୁ...
![ଫ୍ରାନ୍ସର 9ଟି ସହରରେ ନାଇଟ କର୍ଫ୍ୟୁ ଘୋଷଣା France to implement curfew to stem coronavirus: Macron](https://etvbharatimages.akamaized.net/etvbharat/prod-images/768-512-9179098-thumbnail-3x2-france.jpg)
ଖବର ଅନୁଯାୟୀ, ଶୁକ୍ରବାର ମଧ୍ୟରାତ୍ରିରୁ ପ୍ୟାରିସ୍ ସମେତ ଫ୍ରାନ୍ସର ୮ଟି ସହରରେ କଫ୍ୟୁ କଟକଣା କାର୍ଯ୍ୟକାରୀ କରାଯାଇଛି । ରାତି ୯ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ କଫ୍ୟୁ କଟକଣା ରହିବ । ଏହାକୁ ୪ସପ୍ତାହ ପାଇଁ କାର୍ଯ୍ୟକାରୀ କରାଯିବ ବୋଲି ରାଷ୍ଟ୍ରପତି ଘୋଷଣା କରିଛନ୍ତି । ଯେପରି କରୋନା ସଂକ୍ରମଣ ଅଧିକ ନବ୍ୟାପେ , ସେଥିପାଇଁ ଏପରି କଟକଣା ନିଆଯାଇଛି ବୋଲି ସରକରାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଯଦି ଏହି କଟକଣାକୁ କେହି ଭାଙ୍ଗୁଥିବାର ଦେଖିବାକୁ ମିଳେ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଫାଇନ ଆଦାୟ ହେବ ବୋଲି ଘୋଷଣା କରାଯାଇଛି ।
ଆପଣଙ୍କୁ କହି ରଖୁଛୁ ଯେ, ବୁଧବାର ଦିନ ଫ୍ରାନ୍ସରେ 22,951 ଟି ନୂଆ କୋରୋନା ମାମଲା ରିପୋର୍ଟ ହୋଇଛି। ଫ୍ରାନ୍ସରେ ଏପର୍ଯ୍ୟନ୍ତ 756,472ଟି କୋରୋନା ମାମଲା ରେକର୍ଡ ହୋଇଥିବା ବେଳେ 32,000 ରୁ ଅଧିକ ଲୋକଙ୍କୁ ମୃତ୍ୟୁ ହୋଇଛି ।