ଓଡିଶା

odisha

ETV Bharat / international

ଉହାନ ଲ୍ୟାବକୁ ଫ୍ରାନ୍ସର କ୍ଲିନଚିଟ୍‌, କୋରୋନା ଉତ୍ପତ୍ତିର ନାହିଁ କୌଣସି ଲିଙ୍କ୍‌ - କୋରୋନା ଉତ୍ପତ୍ତିର ନାହିଁ କୌଣସି ଲିଙ୍କ୍‌

କୋରୋନା ତଥା କୋଭିଡ୍‌-19ର ଉତ୍ପତ୍ତି ଉହାନରେ ଥିବା ଲାବରେ ହୋଇଥିବା ଚର୍ଚ୍ଚାକୁ ଖଣ୍ଡନ କରିଛି ଫ୍ରାନ୍ସ । ଲ୍ୟାବ‌ ସହିତ କୋରୋନା ଉତ୍ପତ୍ତିର କୌଣସି ସମ୍ପର୍କ ନଥିବା ଫ୍ରାନ୍ସ ପକ୍ଷରୁ କୁହାଯାଇଛି ।

ଉହାନ ଲାବକୁ ଫ୍ରାନ୍ସର କ୍ଲିନଚିଟ୍‌, କୋରୋନା ଉତ୍ପତ୍ତିର ନାହିଁ କୌଣସି ଲିଙ୍କ୍‌
ଉହାନ ଲାବକୁ ଫ୍ରାନ୍ସର କ୍ଲିନଚିଟ୍‌, କୋରୋନା ଉତ୍ପତ୍ତିର ନାହିଁ କୌଣସି ଲିଙ୍କ୍‌

By

Published : Jun 29, 2020, 9:38 AM IST

ନୂଆଦିଲ୍ଲୀ: କୋରୋନା ତଥା କୋଭିଡ୍‌-19ର ଉତ୍ପତ୍ତି ଉହାନରେ ଥିବା ଲାବରେ ହୋଇଥିବା ଚର୍ଚ୍ଚାକୁ ଖଣ୍ଡନ କରିଛି ଫ୍ରାନ୍ସ । ଲାବ୍‌ ସହିତ କୋରୋନା ଉତ୍ପତ୍ତିର କୌଣସି ସମ୍ପର୍କ ନଥିବା ଫ୍ରାନ୍ସ ପକ୍ଷରୁ କୁହାଯାଇଛି ।

କୋରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ମନ୍ତବ୍ୟ ଦେଇ ଫ୍ରାନ୍ସ ବୈଦେଶିକ ମନ୍ତ୍ରଣାଳୟ ଏହା କହିଛି । ଏବେ ସୁଦ୍ଧା ଉହାନର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରୁ କୋରୋନାର ଉତ୍ପତ୍ତି ହୋଇଥିବାର ତଥ୍ୟ ଆସିନଥିବା ଫ୍ରାନ୍ସ ସିନେଟରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଏହାସହ ଏହି ସମୟରେ ମହାମାରୀ ବିରୋଧରେ ଲଢିବା ହିଁ ଫ୍ରାନ୍ସର ପ୍ରାଥମିକତା ବୋଲି କୁହାଯାଇଛି । ସୂଚନାଥାଉକି, ଚୀନର ଉହାନ ସହରରେ ପ୍ରଥମେ କୋରୋନା ଭୂତାଣୁ ଚିହ୍ନଟ ହୋଇଥିଲା ।

@IANS

ABOUT THE AUTHOR

...view details