ପ୍ୟାରିସ: ସାରା ବିଶ୍ବରେ କୋରୋନା ସଂକ୍ରମଣକୁ ନେଇ ବିଭିନ୍ନ ପ୍ରତିବନ୍ଧକ ଲାଗୁ ହୋଇଥିବା ବେଳେ ୟୁକେରେ ଜାରି ହୋଇଛି ବିମାନଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ନିୟମ । ବାହାର ଦେଶରୁ କେହି ବିମାନଯାତ୍ରା କରି ଆସିଲେ ସେମାନଙ୍କୁ 14 ଦିନ ସେଲ୍ଫ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଫ୍ରାନ୍ସକୁ ବି ବାଦ ଦେଇନି ୟୁକେ । ଘଟଣାକୁ ନିନ୍ଦା କରିବା ସହିତ ପାଲଟା ଜବାବ ଦେଇଛି ଫ୍ରାନ୍ସ । ଅନୁରୂପ ଭାବେ ୟୁକେ ପାଇଁ ମଧ୍ୟ ସମାନ ନିୟମ ଲାଗୁ କରିଛି ଫ୍ରାନ୍ସ ।
ୟୁକେକୁ ଫ୍ରାନ୍ସର ପାଲଟା ଜବାବ, ଜାରି କଲା ସେଲ୍ଫ ଆଇସୋଲେଟ ନିୟମ - ଫ୍ରାନ୍ସରେ କୋରୋନା
ସାରା ବିଶ୍ବରେ କୋରୋନା ସଂକ୍ରମଣକୁ ନେଇ ବିଭିନ୍ନ ପ୍ରତିବନ୍ଧକ ଲାଗୁ ହୋଇଥିବା ବେଳେ ୟୁକେରେ ଜାରି ହୋଇଛି ବିମାନଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ନିୟମ । ଏଥିରେ ଫ୍ରାନ୍ସକୁ ବି ବାଦ ଦେଇନି ୟୁକେ । ଘଟଣାକୁ ନିନ୍ଦା କରିବା ସହିତ ପାଲଟା ଜବାବ ଦେଇଛି ଫ୍ରାନ୍ସ ।
![ୟୁକେକୁ ଫ୍ରାନ୍ସର ପାଲଟା ଜବାବ, ଜାରି କଲା ସେଲ୍ଫ ଆଇସୋଲେଟ ନିୟମ quarantine rule in france, corona in france, france fires back uk, ଫ୍ରାନ୍ସରେ କ୍ବାରେଣ୍ଟାଇନ ନିୟମ, ଫ୍ରାନ୍ସରେ କୋରୋନା, ୟୁକେକୁ ଫ୍ରାନ୍ସର ପାଲଟା ଜବାବ](https://etvbharatimages.akamaized.net/etvbharat/prod-images/768-512-7322217-376-7322217-1590250633074.jpg)
ୟୁକେକୁ ଫ୍ରାନ୍ସର ପାଲଟା ଜବାବ, ଜାରି କଲା ସେଲ୍ଫ ଆଇସୋଲେଟ ନିୟମ
ଏହି ନୂଆ ନିୟମ ଜୁନ 8ରୁ ଲାଗୁ ହେବା ନେଇ ସୂଚନା ଦେଇଛନ୍ତି ଫ୍ରାନ୍ସ ଅନ୍ତରୀଣ ମନ୍ତ୍ରଣାଳୟ ମୁଖପାତ୍ର । ଶୁକ୍ରବାର ୟୁକେ ଗୃହ ସଚିବ ପ୍ରୀତି ପଟେଲ ଦେଶର କ୍ବାରେଣ୍ଟାଇନ ନିୟମ ଭଙ୍ଗ କଲେ 1000ପାଉଣ୍ଡର ତଣ୍ଡ ଘୋଷଣା କରିଥିଲେ । ଯାହାକୁ ତୀବ୍ର ନିନ୍ଦା କରିଛି ଫ୍ରାନ୍ସ । ଦେଶ ପାଇଁ ବ୍ରିଟିଶ ସରକାର ଲାଗୁ କରିଥିବା ଏହି କଟକଣାକୁ ମନେ ରଖାଯିବ ଏବଂ ତାଙ୍କର ଏହି ନିଷ୍ପତ୍ତି ଫ୍ରାନ୍ସବାସୀଙ୍କୁ ବ୍ୟଥିତ କରିଛି ବୋଲି ଅନ୍ତରୀଣ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ।
@IANS