ଓଡିଶା

odisha

ETV Bharat / international

ପୂର୍ବତନ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ 3 ବର୍ଷ କାରାଦଣ୍ଡ - ପୂର୍ବତନ ଫ୍ରାନ୍ସ ରାଷ୍ଟ୍ରପତି କାରାଦଣ୍ଡ

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲସ ସରକୋଜୀ । 3 ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଅଧିକ ପଢନ୍ତୁ...

ପୂର୍ବତନ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ 3 ବର୍ଷ କାରାଦଣ୍ଡ
ପୂର୍ବତନ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ 3 ବର୍ଷ କାରାଦଣ୍ଡ

By

Published : Mar 2, 2021, 7:40 PM IST

ପ୍ୟାରିସ: ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲସ ସରକୋଜୀ । ପ୍ୟାରିସର ଏକ କୋର୍ଟ ସରକୋଜୀଙ୍କୁ ନିଜ କାର୍ଯ୍ୟାଳୟରେ ଜଣେ ଜଜଙ୍କୁ ବେଆଇନ ଭାବରେ ନିଯୁକ୍ତି କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହିତ 3 ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି ।

ସମ୍ବାଦ ସରବରାହ ସଂସ୍ଥା ଅନୁଯାୟୀ, ପୂର୍ବତନ ରାଷ୍ଟ୍ରପତି ନିକୋଲସ ସରକୋଜୀଙ୍କୁ ଦୁର୍ନୀତି ମାମଲାରେ କୋର୍ଟ 3 ବର୍ଷର କାରାଦଣ୍ଡ ଶୁଣାଇଛନ୍ତି । ଦଣ୍ଡାଦେଶରେ 2 ବର୍ଷର ନିଲମ୍ବନ ସାମିଲ ରହିଛି । ଏହାର ଅର୍ଥ ସରକୋଜୀଙ୍କୁ ଜେଲ ଯିବାର ସମ୍ଭାବନା କମ ରହିଛି । ସେ ସର୍ବୋଚ୍ଚ ଅଦାଲତରେ ଅପିଲ କରିପାରିବେ । ତାଙ୍କ ବିରୋଧରେ କୌଣସି ଗିରଫ ପରୱାନା ଜାରି କରାଯାଇନାହିଁ । ସେପଟେ ଏହି ମାମଲାରେ ନିଜକୁ ଦୋଷମୁକ୍ତ କହିଛନ୍ତି ସରକୋଜୀ ।

କୋର୍ଟଙ୍କ ଏହି ରାୟ 66 ବର୍ଷୀୟ ସରକୋଜୀଙ୍କ ରାଜନୈତିକ କ୍ୟାରିଅରକୁ ବଡ ଝଟକା । ସରକୋଜୀ 2007ରୁ 2012 ଯାଏଁ ଫ୍ରାସରେ ଶାସନ କରିଛନ୍ତି ।

ABOUT THE AUTHOR

...view details